ଉକୁଟାଇବା Ukuṭāibā
- ଦେ. କ୍ରି. (ସଂ ଉତ୍କଟ) — ଦେହରେ ବୋଳି ହେବା — To smear on the body
- ଦେ. କ୍ରି. (ସଂ ଉତ୍କଟ) — କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ, ହରିଦ୍ରାରେ ଆଦର କରିବେ କାହିଁପାଇଁ। —ଭଞ୍ଜ, ଲାବଣ୍ୟବତୀ।
- ଦେ. କ୍ରି. (ସଂ ଉତ୍କଟ) — ଚିତ୍ରିତ କରିବା; ଖୋଦନ ବା ଚିତ୍ରଦ୍ୱାରା ପ୍ରକାଶିତ କରିବା — To delineate
- ଦେ. କ୍ରି. (ସଂ ଉତ୍କଟ) — ହରିତାଳ କାଳୀ ଘେନି ବନିତା, ପଦ ଉପରେ ଉକୁଟାଇ ଚିତା। —ଭଞ୍ଜ, ଲାବଣ୍ୟବତୀ।
- ଦେ. କ୍ରି. (ସଂ ଉତ୍କଟ) — ପ୍ରସ୍ଫୁଟିତ କରାଇବା; ଫୁଟାଇବା — To make manifest
- ଦେ. କ୍ରି. (ସଂ ଉତ୍କଟ) — ଦେହରେ ବୋଳାଯାଇଥିବା ହଳଦି ଆଦି ଅଙ୍ଗରାଗ ବସ୍ତୁକୁ ହାତରେ ମଳି କରି ଛଡ଼ାଇଦେବା — To rub off the turmeric paste from the body
- ଦେ. କ୍ରି. (ସଂ ଉତ୍କଟ) — ବିଶ୍ୱ ଚତୁରୀ ଉକୁଟାଇ କସ୍ତୁରୀ ଘେନେ କୁଙ୍କୁମ ଚାତୁରୀବଶେ। —ଭଞ୍ଜ, ବୈଦେହୀଶବିଳାସ।