ଈ (ପ୍ରତ୍ୟୟ) Ī (suffix)

  • ସଂ. — ସାଧାରଣତଃ ଅକାରାନ୍ତ ପୁଂଲିଙ୍ଗରେ ଈକାର ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗବାଚକ ହୁଏ
  • ସଂ. — (ଯଥା—ନଟ—ନଟୀ; ନର—ନାରୀ; ଛାଗ—ଛାଗୀ; ନଦ—ନଦୀ)
  • ସଂ. — ସମୟ ସମୟରେ ଏହା କ୍ଷୁଦ୍ରତାବାଚକ ହୁଏ
  • ସଂ. — (ଯଥା—ଘଟ—ଘଟୀ; ଚାଳ—ଚାଳୀ; ଇତ୍ୟାଦି)
  • ସଂ. — ଅଦ୍ଭୁତ ତଦ୍ଭାବ ଅର୍ଥରେ ଅର୍ଥାତ୍ ପୂର୍ବେ ହୋଇ ନ ଥିଲା ବର୍ତ୍ତମାନ ହେଲା ଏ ଅର୍ଥରେ ଶବ୍ଦଶେଷରେ ଓ ଧାତୁର ପୂର୍ବେ ପ୍ରତ୍ୟୟ ହୁଏ (ସଂସ୍କୃତି ଚ୍ୱି; ଯଥା — ଶୁକ୍ଳ—ଶୁକ୍ଳୀକୃତ
  • ସଂ. — ଅଛି ଅର୍ଥରେ ମଧ୍ୟ ବିଶେଷ୍ୟ ଓ ଧାତୁ ପରେ ଯୋଗ ହୁଏ (ସଂସ୍କୃତ ଇନ୍; ଯଥା — ଧନ—ଧନୀ, ରାଗ—ରାଗୀ; ଦା ଧାତୁ=ଦାୟୀ; ଗମ୍ ଧାତୁ=ଗାମୀ