ଇ I
- ସଂ — ଭାଷାର 3 ୟ ସ୍ୱରବର୍ଣ୍ଣ; ହ୍ରସ୍ୱଇ (ଏହାର ଉଚ୍ଚାରଣ ସ୍ଥାନ ତାଳୁ) — ଭାଷାର3ୟ ସ୍ୱରବର୍ଣ୍ଣ; ହ୍ରସ୍ୱଇ (ଏହାର ଉଚ୍ଚାରଣ ସ୍ଥାନ ତାଳୁ)—. The 3rd vowel of the alphabet; the short 'i'
- ସଂ — ଇକାର; ଇ ମାତ୍ରା, ଯଥା 'ି' (ଏହି ମାତ୍ରା ବ୍ୟଞ୍ଜନ ବର୍ଣ୍ଣର ମୁଣ୍ଡ ଉପର ଦିଆଯାଏ। ଏହାକୁ ଦେଶୀୟ ଅବଧାନମାନେ 'ଚିତା' ବୋଲି କହନ୍ତି।) — The sign of the vowel 'i' in Oṟḍ̠iā e. g 'ି' put on the top of a consonant
- ସଂ. ବି. (ଅ=ବିଷ୍ଣୁ+ଇ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍; ଯେ ବିଷ୍ଣୁଙ୍କଠାରୁ ଜାତ) — କାମଦେବ; କନ୍ଦର୍ପ — Cupid (the son of Bishṇu)
- ଦେ. ପ୍ରତ୍ୟୟ — ଭାଷାରେ କେତେକ ବିଶେଷଣ ପଦ ଶେଷରୋ ଇକାର ଯୋଗ ହେଲେ ତାହା ଗୁଣବାଚକ ବିଶେଷ୍ୟ ହୁଏ (ଯଥା—ଚଲାଖରୁ ଚଲାଖି; ବଦମାସ୍ରୁ ବଦମାସି ଇତ୍ୟାଦି) — A suffix denoting quality or state
- ଦେ. ପ୍ରତ୍ୟୟ — [ଦ୍ର—ଏହି ଇକାର ପ୍ରତ୍ୟୟ ଆରବୀ, ଫାରସୀ, ଇଂରାଜିରେ ମଧ୍ୟ ଅଛି।]
- ଦେ. ପ୍ରତ୍ୟୟ — (ସଂ. ହି)—ନିଶ୍ଚେଁ — Certainly
- ଦେ. ପ୍ରତ୍ୟୟ — ମଧ୍ୟ — Also; too
- ଦେ. ପ୍ରତ୍ୟୟ — ମାତ୍ର; କେବଳ — Only
- ଦେ. ପ୍ରତ୍ୟୟ — (ଯଥା—ଆମ୍ଭେ ଇ=ଆମ୍ଭେ ମଧ୍ୟ; ଫାରସୀ ଓ ହିନ୍ଦିରେ 'ଭି' ଓ ବଙ୍ଗଳାରେ 'ଓ' ଏହି ସ୍ଥଳରେ ଲାଗେ; ଏକଇ ବଳା=ଏକମାତ୍ର ପୁତ୍ର।)
- ଦେ. ପ୍ରତ୍ୟୟ — କେତେକ ସ୍ଥଳରେ କେବଳ ପାଦ ପୂରଣାର୍ଥ ପଦଶେଷରେ 'ଇ' ବ୍ଯବହୃତ ହୁଏ — Only; also; certainly (to complete a sentence)
- ଦେ. ପ୍ରତ୍ୟୟ — (ସଂ. ତି)—କ୍ରିୟା ସଙ୍ଗେ ସ୍ୱତନ୍ତ୍ର ଯୋଗ ହୋଇ ପଦ୍ଯରେ ବର୍ତ୍ତମାନ କାଳ 3 ୟ ପୁରୁଷ ଏକ ବଚନ ବୁଝାଏ—(ଯଥା—ସେ 'କରଇ'=ସଂ. ସ କରୋତି) — (ସଂ. ତି)—କ୍ରିୟା ସଙ୍ଗେ ସ୍ୱତନ୍ତ୍ର ଯୋଗ ହୋଇ ପଦ୍ଯରେ ବର୍ତ୍ତମାନ କାଳ3ୟ ପୁରୁଷ ଏକ ବଚନ ବୁଝାଏ—(ଯଥା—ସେ 'କରଇ'=ସଂ. ସ କରୋତି). An inflection added to the Oṟḍ̠iā verbal roots to denote 3rd. person singular in present tense
- ଦେ. ପ୍ରତ୍ୟୟ — (ସଂ. ତ୍ୱା)—ଓଡ଼ିଆ ଧାତୁ ସଙ୍ଗେ ଇକାରରୂପେ ଯୋଗ ହେଲେ କ୍ରିୟାର ଅସମାପିକାରୂପ ବୁଝାଏ— (ଯଥା—କରି, ଧରି ଇତ୍ୟାଦି) — The Oṟḍ̠iā inflection of participles