ଇଷ୍ଟର Ishṭar

  • ବୈଦେ. ବି. (ଇଂ) — ଗୁଡ୍ଫ୍ରାଇଡେ (ଶୁକ୍ରବାର) ପରେ ପଡ଼ିବା ରବିବାର ଓ ସୋମବାର ଦିନ ଖ୍ରୀଷ୍ଟାନ୍ମାନେ ପାଳିବା ପର୍ବ [ଗୁଡ୍ଫ୍ରାଇଡେ ଦିନ ଯୀଶୁ ଇହଲୋକ ତ୍ୟାଗ କଲେ ଓ ତହିଁର ତୃତୀୟ ଦିନ (ରବିବାର) କବରରୁ ଉଠି ତାଙ୍କର କେତେକ ଶିଷ୍ୟଙ୍କୁ ଦେଖା ଦେଇଥିଲେ। ଏହି ଇଷ୍ଟର୍ପର୍ବ ଯୀଶୁଙ୍କର ମୃତ୍ୟୁଞ୍ଜୟତ୍ୱସୂଚକ ଉତ୍ସବ ଅଟେ। ଏଥିପାଇଁ ସରକାରୀ ସ୍କୁଲ ଓ କାର୍ଯ୍ୟାଳୟମାନ ବନ୍ଦ ହୁଏ; ଗୁଡ୍ଫ୍ରାଇଡେ ଦେଖ।]