ଇଶ୍ପିସାଲ ନମ୍ବର୍ Iṡpisāl nambar
- ବୈଦେ. ବି (ଇଂ. ସ୍ପେସ୍ୟାଲ ନମ୍ବର) — ଲାଖରାଜି ବାଯ୍ୟାପ୍ତି ଜମିର ଚିହ୍ନଟ ନମ୍ବର
- ବୈଦେ. ବି (ଇଂ. ସ୍ପେସ୍ୟାଲ ନମ୍ବର) — [ଦ୍ର — ଇଂରାଜୀ ଗଭର୍ଣ୍ଣମେଣ୍ଟ୍ ଓଡ଼ିଶାକୁ ଆସି ରାଜସ୍ୱ ବନ୍ଦୋବସ୍ତ କରିବା ଉପଲକ୍ଷରେ ନିଷ୍କର ଜମିମାନଙ୍କ ଦଖଲକାରିମାନଙ୍କୁ ସେମାନଙ୍କ ସନନ୍ଦ ତଲବ କରିଥିଲେ। ଯେଉଁମାନେ ସନନ୍ଦ ଦର୍ଶାଇଲେ ସେମାନଙ୍କର ଜମି ଲାଖରାଜବାହେଲି ହେଲା ଓ ଯେଉଁମାନେ ସନନ୍ଦ ଦର୍ଶାଇ ନ ପାରିଲେ ସେମାନଙ୍କ ଜମିମାନ ବାଯେୟାପ୍ତ ହେଲା। ଏହି ଉପଲକ୍ଷରେ ଗଭର୍ଣ୍ଣମେଣ୍ଟ୍ ଯେଉଁ ମକଦ୍ଦମା ମାନ କରିଥିଲେ ସେହି ମକଦ୍ଦମାର ନମ୍ବର ଅନୁସାରେ ଜନରଲ (general) ଓ ଇସ୍ପିସଲ ନମ୍ବରମାନ ଦିଆଯାଇ ଉକ୍ତ ଜମିମାନ ଚିହ୍ନଟ କରାଗଲା। ]