ଆସ୍ତିକ Āstika

  • ସଂ. ବିଣ. ପୁଂ. (ଅସ୍ତି=ଅଛି+କଥନାର୍ଥେ. କ) ଈଶ୍ୱର ଅଛନ୍ତି ଓ ପରଲୋକ ଅଛି' ଏହି ଭାବ ଥିବା ବ୍ୟକ୍ତି — ଧାର୍ମିକ — Pious
  • ସଂ. ବିଣ. ପୁଂ. (ଅସ୍ତି=ଅଛି+କଥନାର୍ଥେ. କ) ଈଶ୍ୱର ଅଛନ୍ତି ଓ ପରଲୋକ ଅଛି' ଏହି ଭାବ ଥିବା ବ୍ୟକ୍ତି — ଈଶ୍ୱରବାଦୀ; ଈଶ୍ୱରବିଶ୍ୱାସୀ — Believing God
  • ସଂ. ବି — ଈଶ୍ୱର ଓ ପରଲୋକ ସ୍ୱୀକାର କରିବା ବ୍ୟକ୍ତି — Theist
  • ସଂ. ବି — ଶାସ୍ତ୍ରବିହିତ କର୍ମରେ ଯାହାର ବିଶ୍ୱାସ ଅଛି ଓ ଯେ ତତ୍ସମୁଦାୟର ଯଥାବିଧି ଅନୁଷ୍ଠାନ କରେ — Having faith or reliance on scriptural rites
  • ସଂ. ବି — ଜରତ୍କାରୁଙ୍କ ପୁତ୍ର—ମୁନିବିଶେଷ — Name of a sage
  • ସଂ. ବି — [ଦ୍ର—ଜରତ୍କାରୁ ଆପଣା ସ୍ୱାମୀଙ୍କ ନିକଟରେ ପୁତ୍ର ପ୍ରାର୍ଥନା କରିବାରୁ ସ୍ୱାମୀ ଉତ୍ତର କଲେ 'ଅସ୍ତି' ଅର୍ଥାତ୍ 'ତୁମ୍ଭ ଗର୍ଭରେ ମୋ ଔରସ ସନ୍ତାନ ନିଶ୍ଚେଁ ଅଛି'—ଏଥିରୁ ପୁତ୍ରଙ୍କ ନାମ ଆସ୍ତିକ ହେଲା। ଏ ପରୀକ୍ଷିତଙ୍କ ସର୍ପଯଜ୍ଞରୁ ସର୍ପମାନଙ୍କୁ ରକ୍ଷା କରିଥିବାରୁ ଏହାଙ୍କ ନାମ ସ୍ମରଣ କଲେ ସର୍ପଭୟ ରହେ ନାହିଁ।]