ଆଲ୍ବେରୁନି Ālberuni

  • ବୈଦେ. ବି. (ଆ) ନାମ — ଆରବଦେଶୀୟ ପ୍ରସିଦ୍ଧ ଜ୍ୟୋତିଷୀ — The famous Astrologer
  • ବୈଦେ. ବି. (ଆ) ନାମ — [ଦ୍ର—ଶକ ଦଶମ ଶତାବ୍ଦୀରେ ଆରବ ଦେଶର ଥିବ୍ ପ୍ରଦେଶରେ ଏହାଙ୍କ ଜନ୍ମ। ମହାମୁଦ୍ ଗଜନୀ ଭାରତ ଆକ୍ରମଣ କଲାବେଳେ ଆଲ୍ବେରୁନି ତାଙ୍କ ସଙ୍ଗେ ଆସିଥିଲେ। ସେ ଭାରତର ପଣ୍ତିତ- ମାନଙ୍କଠାରୁ ପୁରାଣ, ଜ୍ୟୋତିଷ; ଦର୍ଶନାଦି ଶାସ୍ତ୍ର ଶିକ୍ଷା କଲେ। ତାହାଙ୍କ ବିରଚିତ ଭାରତବିଷୟକ ଗ୍ରନ୍ଥରେ ଭାରତର ତଦାନୀନ୍ତନ ଜ୍ୟୋତିଷର କେତେକ ବିବରଣ ମିଳେ। (ଏହାଙ୍କ ରଚିତ ଆରବୀ ଜ୍ୟୋତିଷଗ୍ରନ୍ଥର ରଚନାକାଳ—ଶକ 953 = 1031 ଖ୍ରୀ. ଅ.) ଏହାଙ୍କର 'ଭାରତ' ନାମକ ଆରବୀ ଗ୍ରନ୍ଥ ଇଂରାଜିରେ ଅନୁବାଦିତ ହୋଇଅଛି।] — [ଦ୍ର—ଶକ ଦଶମ ଶତାବ୍ଦୀରେ ଆରବ ଦେଶର ଥିବ୍ ପ୍ରଦେଶରେ ଏହାଙ୍କ ଜନ୍ମ ମହାମୁଦ୍ ଗଜନୀ ଭାରତ ଆକ୍ରମଣ କଲାବେଳେ ଆଲ୍ବେରୁନି ତାଙ୍କ ସଙ୍ଗେ ଆସିଥିଲେ ସେ ଭାରତର ପଣ୍ତିତ- ମାନଙ୍କଠାରୁ ପୁରାଣ, ଜ୍ୟୋତିଷ; ଦର୍ଶନାଦି ଶାସ୍ତ୍ର ଶିକ୍ଷା କଲେ ତାହାଙ୍କ ବିରଚିତ ଭାରତବିଷୟକ ଗ୍ରନ୍ଥରେ ଭାରତର ତଦାନୀନ୍ତନ ଜ୍ୟୋତିଷର କେତେକ ବିବରଣ ମିଳେ (ଏହାଙ୍କ ରଚିତ ଆରବୀ ଜ୍ୟୋତିଷଗ୍ରନ୍ଥର ରଚନାକାଳ—ଶକ953=1031ଖ୍ରୀ. ଅ.) ଏହାଙ୍କର 'ଭାରତ' ନାମକ ଆରବୀ ଗ୍ରନ୍ଥ ଇଂରାଜିରେ ଅନୁବାଦିତ ହୋଇଅଛି]