ଆର୍ଦ୍ରାବଳି Ārdrābaḻi

  • ଦେ. ବି. (ଆର୍ଦ୍ରା+ଆବଳି) — ଇନ୍ଦ୍ରଧନୁ — Rainbow
  • ଦେ. ବି. (ଆର୍ଦ୍ରା+ଆବଳି) — ପୂର୍ବେ ଆର୍ଦ୍ରାବଳି ପଶ୍ଚିମେ ରୋଇ, ନାଥ ବୋଲେ ପୁତା ରେ ନିଶ୍ଚେ ଯିବ ଧୋଇ—ଡାକଋଷିବଚନ।
  • ଦେ. ବି. (ଆର୍ଦ୍ରା+ଆବଳି) — ପଦ୍ମାକୃତି ଶରବିଶେଷ — An arrow shaped like lotus
  • ଦେ. ବି. (ଆର୍ଦ୍ରା+ଆବଳି) — ଅକ୍ଷୟ ପାଶୁପତ ଯେ ମେଘଜଳଫାଶି, ଆର୍ଦ୍ରାବଳି ନାରାୟଣ ଶିବ ଚକ୍ର ମିଶି—ପୀତାମ୍ବର. ନୃସିଂହପୁରାଣ।
  • ଦେ. ବି. (ଆର୍ଦ୍ରା+ଆବଳି) — ଆକାଶରେ ଉଦୟ ହେବା ଏକ ପ୍ରକାର ଜ୍ୟୋତି ବା ଆଲୋକ (ତୁଳନାକର ଇଂ. ଅରୋରା) — A weird light at times diffused over the sky
  • ଦେ. ବି. (ଆର୍ଦ୍ରା+ଆବଳି) — ଘଡ଼ଘଡ଼ି କରିଣ ଯେ ମାରଇ ବିଜୁଳି, ସନ୍ଧ୍ୟାକାଳେ ଆକାଶରେ ଉଦେ ଆର୍ଦ୍ରାବଳି— ବଳରାମ, ରାମାୟଣ, ଆରଣ୍ୟକକାଣ୍ଡ।
  • ଦେ. ବି. (ଆର୍ଦ୍ରା+ଆବଳି) — ଆର୍ଦ୍ରା, ପୁନର୍ବସୁ, ଇଲ୍ୱଳାସମନ୍ୱିତ ନକ୍ଷତ୍ରପୁଞ୍ଜ; କାଳ- ପୁରୁଷ — The constellation of orion