ଆରଦା ଅମାବାସ୍ୟା Āradā amābāsyā

  • ପ୍ରାଦେ. (ଗଞ୍ଜାମ) ବି. — ଆଶ୍ୱିନ ଅମାବାସ୍ୟା; ପୟା ଅମାବାସ୍ୟା; ମହାଳୟା; ଆଶ୍ୱିନ କୃଷ୍ଣପକ୍ଷ ବା ପିତୃପକ୍ଷର ଶେଷ ଅମାବାସ୍ୟା ତିଥି (ନନ୍ଦ) — The last day of the dark fortnight of the month at Āṡwina; the new moon of Āṡwina when oblations are offered to the manes
  • ପ୍ରାଦେ. (ଗଞ୍ଜାମ) ବି. — [ଦ୍ର—ଏ ଅମାବାସ୍ୟା ଦିନ ଗୃହସ୍ଥର ଘରେ ଆର୍ଦା ପିଠା ଓ ଘାଣ୍ଟତିଅଣ ହୁଏ; ସନ୍ଧ୍ୟାବେଳେ ସ୍ତ୍ରୀମାନେ ଗାଁ ପିଲାଙ୍କୁ ଡାକି ମୁରୁଜର ମୁଣ୍ଡଳା କାଟି କଖାରୁ ପତ୍ର ପକାଇ ତା ଉପରେ ପିଠା ତିଅଣ ଆଦି ବାଢ଼ି ପିଲାଙ୍କୁ ଖାଇବାକୁ ଦିଅନ୍ତି ଓ ନିଜ ନିଜର ଘରର ପିଲାଙ୍କୁ ସୂତାରେ ବଳା ହୋଇଥିବା ଖଣ୍ଡେ ଦଉଡ଼ି (ଛନ୍ଦଣି ଦଉଡ଼ିରେ) ବାନ୍ଧି ବଜ୍ରମୂଳି ଓ ଅପମାରଙ୍ଗ ଡାଳରେ ପିଲାଙ୍କ ପିଠିରେ ବାଡ଼େଇ ପିଲାକୁ ଲକ୍ଷ କରି କହନ୍ତି "ବଜ୍ର ହୋ"।]