ଆମଦାନି Āmadāni

  • ବୈଦେ. (ଆ) ବି. — ଦେଶାନ୍ତରରୁ ସ୍ୱଦେଶକୁ ଆନୟନ — Import
  • ବୈଦେ. (ଆ) ବି. — ବିଲାତୀ ଜିନିଷାତ୍ ସହିତ ରୁଚି ନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନି ହୋଇଅଛି। ଫକୀରମୋହନ—ଛମାଣଆଠଗୁଣ୍ଠ।
  • ବୈଦେ. (ଆ) ବି. — ଆୟ; ଲାଭ — Income; profit
  • ବୈଦେ. (ଆ) ବି. — ଭୂମିର ଆୟ — Income from immovable property
  • ବୈଦେ. (ଆ) ବି. — ଆଦାୟ — Collection; realisation
  • ବୈଦେ. (ଆ) ବି. — ବ୍ୟବସାୟରେ ଲଭ୍ୟ ବସ୍ତୁ ବା ଧନ — Assets in business
  • ବିଣ. — ଦେଶାନ୍ତରରୁ ଆନୀତ (ପଣ୍ୟ) — Imported from outside
  • ବିଣ. — ଲବ୍ଧ; ଲାଭରୂପେ ମିଳିଥିବା — Received; got as profit
  • ବିଣ. — ଆଦାୟ କରାଯାଇଥିବା — Realised