ଆଦରାଆଦରି Ādarāādari
- ଦେ. ବିଣ. — ପରସ୍ପର ପରସ୍ପରକୁ ରାଜି ହୋଇ ଗ୍ରହଣ କରିବା — Accepting each other out of free choice
- ଦେ. ବିଣ. — ଥୁଆଥୋଇ; ବିବାହ ନ ହୋଇ ସ୍ୱାମୀ, ସ୍ତ୍ରୀରୂପରେ ପରସ୍ପର ସହିତ ଚଳାଚଳ ହେବା — Living as husband and wife without undergoing due form of marriage
- ଦେ. ବି. — ପରସ୍ପର ପ୍ରତି ଅନୁରାଗ ପ୍ରଦର୍ଶନ — Attachment to one another
- ଦେ. ବି. — ଖୋସାମତ୍; ଅନୁନୟ ପ୍ରାର୍ଥନା — Flattery; imploring
- ଦେ. ବି. — ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଅସାମାଜିକ ପ୍ରଣୟ — Living as husband and wife without marriage