ଆତୁଣ୍ଡି Atuṇdi
- ପ୍ରାଦେ. (ଗଡ଼ଜାତ) ବି — ଏକ ଜାତୀୟ ଲତା
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହା ଦୁଇ ପ୍ରକାରର—କଳା ଓ ଧଳା। ପ୍ରଥମେ ମୂଳରୁ ଗଛ ପରି ଉଠେ; ପରେ ଗଣ୍ଡିର ଡାଳମାନ ଝଙ୍କା ମେଲି ଲତା ଆକାର ଧରେ। ଏହାର ପତ୍ରକୁ ବ୍ରଣ ଓ ଘାଆରେ ପକାନ୍ତି ଏବଂ ପତ୍ରକୁ ବାଟି ତଳିପାର ବାଲିଜନ୍ଦା ଘାଆରେ ବୋଳିଲେ ତାହା ଭଲ ହୁଏ। କିନ୍ତୁ କିଛିଦିନ ସକାଶେ ତଳିପା କଳା ପଡ଼ିଯାଏ। କଅଁଳ ପତ୍ରଗୁଡିକ ସଫା ଦେଖାଯାନ୍ତି। ଧଳା ଆତୁଣ୍ଡି ଗଛର ପତ୍ର ଗୋଲ ଓ କଳା ଆତୁଣ୍ଡିର ପତ୍ର ଅଣ୍ଡାକାର।]