ଆଡ୍ମିନିଷ୍ଟ୍ରେଟର୍ Ãḍminishṭreṭar

  • ବୈଦେ. (ଇଂ. କଚିରିଆ) ବି — ଯେବେ ଉଇଲ୍ ସମ୍ପାଦନ ନ କରି କିମ୍ବା ଆପଣାର ମୃତ୍ୟୁ ପରେ ତ୍ୟକ୍ତ ସମ୍ପତ୍ତି ରକ୍ଷଣାବେକ୍ଷଣ କରିବା ବ୍ୟକ୍ତିକୁ ମନୋନୀତ ନ କରି ସମ୍ପତ୍ତିର ମାଲିକ ମୃତ ହୋଇଥାନ୍ତି ତେବେ ଉକ୍ତ ସମ୍ପତ୍ତି ବୁଝାସୁଝା କରିବାପାଇଁ ଜଜ୍ସାହେବ ଯେଉଁ ବ୍ୟକ୍ତିକୁ ନିଯୁକ୍ତ କରନ୍ତି
  • ବୈଦେ. (ଇଂ. କଚିରିଆ) ବି — [ଦ୍ର—ଆଡ୍ମିନିଷ୍ଟ୍ରେଟରଙ୍କୁ ଜଜ୍ସାହେବ ଯେଉଁ ନିଯୁକ୍ତିପତ୍ର ଦିଅନ୍ତି ତାହାକୁ 'ଲେଟର୍ସ—ଅଫ୍ ଆଡ୍ମିନିଷ୍ଟ୍ରେସନ୍'
  • ବୈଦେ. (ଇଂ. କଚିରିଆ) ବି — ବୋଲାଯାଏ।]
  • ବୈଦେ. (ଇଂ. କଚିରିଆ) ବି — ନାବାଲଗ ବା ଅସମର୍ଥ ଦେଶୀୟ ରାଜାଙ୍କ ରାଜ୍ୟ ଶାସନାର୍ଥ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ — Administrator of a state under Government management
  • ବୈଦେ. (ଇଂ. କଚିରିଆ) ବି — [ଦ୍ର—ବଡ଼ ବଡ଼ ଦେଶୀୟ ରାଜ୍ୟର ଉକ୍ତ ଶାସନକର୍ତ୍ତାଙ୍କୁ ଆଡ୍ମିନିଷ୍ଟ୍ରେଟର ବୋଲାଯାଏ। ଓଡ଼ିଶାର ଗଡ଼ଜାତର ଏବଂଭୂତ ଶାସନକର୍ତ୍ତାଙ୍କୁ ସୁପରିଣ୍ଟେଣ୍ଡେଣ୍ଟ୍ (Superintendent) ବୋଲାଯାଏ।]