ଆଠପଚିଶ āṭhapachiṡa

  • ଦେ. ବି. — ଏକ ପ୍ରକାର କଉଡ଼ିଖେଳ
  • ଦେ. ବି. — [ଦ୍ର—ଏ ଖେଳରେ 2 ଯୋଡ଼ା ବା 4 ଜଣ ଖେଳାଳି ଖେଳନ୍ତି। ପ୍ରତ୍ୟେକେ ଚାରି ଗୋଟି ଲେଖାଏଁ ସାର ନିଅନ୍ତି। ଖେଳିବାପାଇଁ 7 କଟ କଉଡ଼ି ବ୍ୟବହୃତ ହୁଏ। କଉଡ଼ିକୁ ଭୂଇଁରେ ପକାଇଲା ବେଳେ ଯେବେ ସାତ କଟ ଯାକ ଚିତ ହୋଇ ପଡେ ତେବେ 12 ; 6 କଟ ଚିତ୍ ହେଲେ 30 + 1 ; 5 କଟ ଚିତ୍ ହେଲେ 25 + 1 ; 4 କଟ ଚିତ୍ ହେଲେ 4 ; 3 କଟ ଚିତ୍ ହେଲେ 3 ; 2 କଟ ଚିତ୍ ହେଲେ 2 ; 1 କଟ ଚିତ୍ ହେଲେ କସି ବା ପୁଅ= 10 + 1 ହୁଏ। ସବୁ କଉଡିଯାକ ମୁହଁ ମାଡ଼ି ପଡ଼ିଲେ ଛେକା= 6 ହୁଏ ଓ ସେତିକି ଘର ଖେଳାଳିର ସାର ଚଳେ। 3 ଥର 12 , 30 , 25 , ବା 10 ପଡ଼ିଲେ ସବୁଯାକ ହୁଡ଼ ଯାଏ। ଉକ୍ତ ଦାନମାନ 4 ଥର ପଡ଼ିଲେ ସବୁଯାକ ଦାନ ଗଣାଯାଏ। କସି, 25 , 30 , ଓ 12 ପକାଇଥିବା ଖେଳାଳି ପୁଣି କଉଡ଼ି ପକାଏ। ଯେବେ 12 ପରେ 4 ପଡ଼େ ତେବେ ସେ 12 ହୁଡ଼ ଯାଏ। କସି ବା ଦଶ ନ ପଡ଼ିଲେ କଞ୍ଚା ଖେଳାଳୀର ହାତ ଫିଟେନାହିଁ। ] — [ଦ୍ର—ଏ ଖେଳରେ2ଯୋଡ଼ା ବା4ଜଣ ଖେଳାଳି ଖେଳନ୍ତି ପ୍ରତ୍ୟେକେ ଚାରି ଗୋଟି ଲେଖାଏଁ ସାର ନିଅନ୍ତି ଖେଳିବାପାଇଁ7କଟ କଉଡ଼ି ବ୍ୟବହୃତ ହୁଏ କଉଡ଼ିକୁ ଭୂଇଁରେ ପକାଇଲା ବେଳେ ଯେବେ ସାତ କଟ ଯାକ ଚିତ ହୋଇ ପଡେ ତେବେ12;6କଟ ଚିତ୍ ହେଲେ30+1;5କଟ ଚିତ୍ ହେଲେ25+1;4କଟ ଚିତ୍ ହେଲେ4;3କଟ ଚିତ୍ ହେଲେ3;2କଟ ଚିତ୍ ହେଲେ2;1କଟ ଚିତ୍ ହେଲେ କସି ବା ପୁଅ=10+1ହୁଏ ସବୁ କଉଡିଯାକ ମୁହଁ ମାଡ଼ି ପଡ଼ିଲେ ଛେକା=6ହୁଏ ଓ ସେତିକି ଘର ଖେଳାଳିର ସାର ଚଳେ3ଥର12,30,25, ବା10ପଡ଼ିଲେ ସବୁଯାକ ହୁଡ଼ ଯାଏ ଉକ୍ତ ଦାନମାନ4ଥର ପଡ଼ିଲେ ସବୁଯାକ ଦାନ ଗଣାଯାଏ କସି,25,30, ଓ12ପକାଇଥିବା ଖେଳାଳି ପୁଣି କଉଡ଼ି ପକାଏ ଯେବେ12ପରେ4ପଡ଼େ ତେବେ ସେ12ହୁଡ଼ ଯାଏ କସି ବା ଦଶ ନ ପଡ଼ିଲେ କଞ୍ଚା ଖେଳାଳୀର ହାତ ଫିଟେନାହିଁ ]