ଆଞ୍ଚିବା Ān̄chibā

  • ଦେ. କ୍ରି. (ସଂ. ଆମଞ୍ଚନ) — ଆକର୍ଷଣ କରିବା — To draw
  • ଦେ. କ୍ରି. (ସଂ. ଆମଞ୍ଚନ) — କେ କାହା କୁଚେ କର ଦେଇ ଆଞ୍ଚିଲା—ଦୀନକୃଷ୍ଣ, ରସକଲ୍ଲୋଳ।
  • ଦେ. କ୍ରି. (ସଂ. ଆମଞ୍ଚନ) — ଅନୁମାନ କରିବା — To guess; to conjecture
  • ଦେ. କ୍ରି. (ସଂ. ଆମଞ୍ଚନ) — କଳନାକରିବା — To measure
  • ଦେ. କ୍ରି. (ସଂ. ଆମଞ୍ଚନ) — ବେନି ଜନେ ବେନି ବଳ ଆଞ୍ଚିଲେ—ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. କ୍ରି. (ସଂ. ଆମଞ୍ଚନ) — ଇଚ୍ଛା କରିବା — To wish
  • ଦେ. କ୍ରି. (ସଂ. ଆମଞ୍ଚନ) — ଅସ୍ତ୍ର ଉଠାଇବା; ଅସ୍ତ୍ର ଉଞ୍ଚେଇବା — To lift a weapon to strike
  • ଦେ. କ୍ରି. (ସଂ. ଆମଞ୍ଚନ) — ମୋ ଧଇର୍ଯ୍ୟମୃଗକୁ ପାଞ୍ଚି ନୟନାନ୍ତ ବରିଛି ଆଞ୍ଚି —କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଆମଞ୍ଚନ) — (ଧନୁକୁ) ଆମଞ୍ଚନ କରିବା; (ଶର) ମାରିବା ପାଇଁ ଟାଣିବା — To draw a bow
  • ଦେ. କ୍ରି. (ସଂ. ଆମଞ୍ଚନ) — ମନେ ଆସେ ପାଞ୍ଚ ଆଞ୍ଚି ଶାର୍ଙ୍ଗଧନ ଚଳେ ଅବା ମନୋଭାବ —ରାଧାନାଥ, ଯଯାତି।
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ଆଚମନ) — ଆଞ୍ଚେଇବା (ଦେଖ)
  • ପ୍ରାଦେ. (ଗଡ଼ଜାତ) କ୍ରି — ଅଳ୍ପ ଘୁଞ୍ଚାଇବା — To move a little