ଆଚ୍ଛନ୍ନ Āchchhanna
- ସଂ. ବିଣ (ଆ+ଛଦ୍ ଧାତୁ=ଘୋଡ଼ାଇବା+କର୍ମ. ତ) — ଆବୃତ; ଘୋଡ଼ାଇ ହୋଇଥିବା — Covered; overspread
- ସଂ. ବିଣ (ଆ+ଛଦ୍ ଧାତୁ=ଘୋଡ଼ାଇବା+କର୍ମ. ତ) — ଅଭିଭୂତ — Possessed of
- ଦେ. ବିଣ — ଗୁପ୍ତ — Concealed
- ଦେ. ବିଣ — ନ ଜାଣିବେଟି ଲୋକେ ରହିବା ଆଚ୍ଛନ୍ନେ। କୃଷ୍ଣସିଂହ, ମହାଭାତ. ବନ।
- ଦେ. ବିଣ — ଅଚିହ୍ନା; ଛଦ୍ମବେଶୀ — Disguised
- ଦେ. ବିଣ — ବଡ଼ ବଡ଼ ଲୋକେ ତ ପୃଥ୍ୱୀରେ ଆଚ୍ଛନ୍ନ ହୋଇଣ ବୁଲି ଦେଖୁଥାନ୍ତି ସ୍ଥାନମାନ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ସମାପ୍ତ — Finished; accomplished
- ଦେ. ବିଣ — ଏଣେ ପ୍ରଥମ ପ୍ରବନ୍ଧ ଆଚ୍ଛନ୍ନ, ଦାସ ଗୋବିନ୍ଦ ସେବେ ବୃନ୍ଦାବନ। ପ୍ରାଚୀ, ରସବାରିଧି।
- ଦେ. ବି. — ଆବୃତତା
- ଦେ. ବି. — କ୍ଷଣକ ଉତ୍ତାରେ ଦେବ ଗୋପୀନାଥ ଛାଡ଼ିଲେ କାମ ଆଚ୍ଛନ୍ନ। ପ୍ରାଚୀ, ରସବାରିଧି।