ଆଚମନ କରିବା Āchamana karibā
- ଦେ. କ୍ରି — ପୂଜା ବା ଭୋଜନ ପୂର୍ବରୁ ଗଣ୍ଡୂଷ ଦ୍ୱାରା ସାମାନ୍ୟ ଜଳ ମୁଖକୁ ଦେବା — To sip a little water before meal or worship
- ଦେ. କ୍ରି — ଭୋଜନାର୍ଥ ମୁଖ ଓ ପାଟି ଧୋଇବା; ଆଞ୍ଚୋଇବା — To wash or rinse the mouth after meal
- ଦେ. କ୍ରି — ପ୍ରମାଣ ମୁଁ ଉଚ୍ଛିଷ୍ଟ ହାତ ହୋଇ ଥିଲି। ଠିଆରେ ଆଚମନ କରିଣ ଆସିଲି।। କୃଷ୍ଣସିଂହ, ମହାଭାରତ, ଆଦି।