ଆକାଶଦୀପ Ākāṡadīpa

  • ସଂ. ବି. (ମଧ୍ୟପଦଲୋପୀ) — କାର୍ତ୍ତିକ ମାସ ରାତିରେ ଅଗଣା ବା ଦାଣ୍ଡରେ ଶଗଡ଼ ଓ ଦଉଡ଼ି ଲାଗିଥିବା ଗୋଟିଏ ଉଚ୍ଚ ବାଉଁଶ ପୋତା ଯାଏ ଏବଂ ଛିଦ୍ର ହୋଇ- ଥିବା ଗୋଟିଏ ହାଣ୍ଡି ମଧ୍ୟରେ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ ଘିଅ ଦୀପ ଜାଳି ଶଗଡ଼ ସାହାଯ୍ୟରେ ତାକୁ ବାଉଁଶ ଆଗକୁ ଟାଣି ଝୁଲାଇ ଦିଆଯାଏ — A lamp put inside a perforated pot and lifted by means of a pully to the top of a high bamboo and lighted every evening during the month of Kārtika
  • ସଂ. ବି. (ମଧ୍ୟପଦଲୋପୀ) — ରାତିରେ ସମୁଦ୍ରରେ ନାବିକମାନଙ୍କୁ ବହୁ ଦୂରରୁ ଦେଖା ଯାଉଥିବା ଭଳି କୌଣସି ଉଚ୍ଚ ସ୍ଥାନରେ ଜଳା- ଯାଉଥିବା ଉଜ୍ଜ୍ୱଳ ଆଲୋକ — A light of a light-house; a light placed on an elevated spot or pillar on the sea-shore or on islands used for warning sailors in the night
  • ସଂ. ବି. (ମଧ୍ୟପଦଲୋପୀ) — ଦୂର ଦେଶକୁ ଇସାରା ଦ୍ୱାରା ସମ୍ବାଦ ପଠାଇବା ପାଇଁ ପର୍ବତାଦି ଉପରେ ଜଳାଯିବା ଆଲୋକ — A light placed on the top of a mountain to signal news to a great distance
  • ସଂ. ବି. (ମଧ୍ୟପଦଲୋପୀ) — ପୋତା ବାଉଁଶ ଅଗରେ ଲଟକା ଯାଇଥିବା ଲଣ୍ଠନ — A lantern on the top of a pole