ଆକାମାବୈ Ākāmāba̲i̱
- ସଂ. ଅ. (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଏହି ଚାରିମାସର ଆଦ୍ୟ ଅକ୍ଷର ଚତୁଷ୍ଟୟ) — ବର୍ଷର ଯେଉଁ ଚାରିମାସରେ ପୁଣ୍ୟ ସଞ୍ଚୟ କରାଯାଏ (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ) — The 4 sacred months of the year
- ସଂ. ଅ. (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଏହି ଚାରିମାସର ଆଦ୍ୟ ଅକ୍ଷର ଚତୁଷ୍ଟୟ) — ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ମାସର ପୂର୍ଣ୍ଣିମା ଚତୁଷ୍ଟୟ — The fullmoon of the 4 months stated above
- ସଂ. ଅ. (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଏହି ଚାରିମାସର ଆଦ୍ୟ ଅକ୍ଷର ଚତୁଷ୍ଟୟ) — ଉକ୍ତ ଚାରି ଧର୍ମମାସରେ କୃତ ପୁଣ୍ୟ — Pious acts performed during the above 4 sacred months
- ସଂ. ଅ. (ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଏହି ଚାରିମାସର ଆଦ୍ୟ ଅକ୍ଷର ଚତୁଷ୍ଟୟ) — [ଦ୍ର—ଏହି ଚାରି ମାସ ହିନ୍ଦୁମାନଙ୍କର ପୁଣ୍ୟମାସ। ଏହି ଚାରିମାସରେ ଓ ଚାରି ମାସର ପୂର୍ଣ୍ଣମୀରେ କୃତ ବ୍ରତଦାନାଦି ମହାପୁଣ୍ୟପ୍ରଦ। ମତ୍ସ୍ୟପୁରାଣରେ ଏହି ଶବ୍ଦ ବ୍ୟବହୃତ ହୋଇଅଛି; "ବିଷୁବେ ଶତସାହସ୍ର୍ୟମାକାମାବୈଫଳଂ ଲଭେତ୍" ଅର୍ଥାତ୍ ବିଷୁବ ସଂକ୍ରାନ୍ତିରେ ଦାନାଦି କଲେ ଶତସହସ୍ର 'ଆକାମାବୈ' ଫଳ ଲାଭ ହୁଏ।]