ଆଇନ୍ ପଏଣ୍ଟ୍ Āin Paeṇt

  • ବୈଦେ. ବି. (ଆ. ଆଇନ୍ ଓ ଇଂ. Point;) କୌଣସି ମକଦ୍ଦମାରେ ଆଇନ୍ ସମ୍ବନ୍ଧରେ ତର୍କ କରାଯିବା ସୂକ୍ଷ୍ମ ବିଷୟ — A point of law; law point
  • ବୈଦେ. ବି. (ଆ. ଆଇନ୍ ଓ ଇଂ. Point;) [ଦ୍ର— ମକଦ୍ଦମାରେ ପକ୍ଷମାନଙ୍କ ମଧ୍ୟରେ ଆଇନ୍ ସମ୍ବନ୍ଧରେ ତର୍କ ବା ବିବାଦ ଉଠେ ଓ ଘଟନା ସମ୍ବନ୍ଧରେ ମଧ୍ୟ ତର୍କ ହୁଏ। କୌଣସି ମକଦ୍ଦମାରେ ଯେବେ ଏକ ପକ୍ଷ କହେ ଯେ ଅମୁକ ଘଟନା ସତ୍ୟ ଅଟେ ଓ ଅପର ପକ୍ଷ କହେ ଯେ ଉକ୍ତ ଘଟନା ସତ୍ୟ ନୁହେଁ, ତେବେ ଏହାକୁ ଘଟନା ଘଟିତ ପଏଣ୍ଟ୍ — (Point of fact)ବୋଲାଯାଏ ଯେବେ କୌଣସି ମକଦ୍ଦମାରେ ଉଭୟ ପକ୍ଷ ସ୍ୱୀକାର କରନ୍ତି ଯେ ଅମୁକ ଘଟନା ଘଟିଛି କିନ୍ତୁ ଉକ୍ତ ଘଟନା ପ୍ରତି ଅମୁକ ଆଇନ ଖଟିବ କି ନାହିଁ ଏପରି ତର୍କ ଉଠେ ତେବେ ତାକୁ ଆଇନ୍ ପଏଣ୍ଟ୍(Point of law)ବୋଲାଯାଏ]