ଅଷ୍ଟାବକ୍ର Ashṭābakra

  • ସଂ. ବିଣ (ଅଷ୍ଟ+ବକ୍ର; ନିପାତନ) — ଯାହାର ଶରୀର 8 ଯାଗାରେ ବଙ୍କା — ଯାହାର ଶରୀର8ଯାଗାରେ ବଙ୍କା
  • ସଂ. ବି. — ମୁନିବିଶେଷ (ଏହାଙ୍କ ଦେହ ଆଠ ଯାଗାରେ ବଙ୍କା ଥିବାରୁ) — Name of a sage
  • ସଂ. ବି. — [ଦ୍ର—ଏ ଉଦ୍ଦାଳକ ତନୟା ସୁଜାତାଙ୍କ ଗର୍ଭରେ କାହୋଡ଼ ମୁନିଙ୍କ ଔରସରେ ଜନ୍ମିଥିଲେ। ଏ ମାତୃଗର୍ଭରେ ଥିବା ଅବସ୍ଥାରେ ସମୁଦାୟ ବେଦ ବେଦାଙ୍ଗ ଆୟତ୍ତ କରିଥିଲେ। ସେ ଗର୍ଭରେ ଥାଇ ଥରେ ପିତାଙ୍କୁ ତାଙ୍କ ଶିଷ୍ୟମାନଙ୍କ ଉପସ୍ଥିତିରେ ସମ୍ବୋଧନ କରି କହିଲେ "ଆପଣଙ୍କର ବେଦାଧ୍ୟୟନ ଭଲ ହେଉ ନାହିଁ।" ପିତା ଏଥିରେ କ୍ରୁଦ୍ଧ ହୋଇ ଅଭିଶାପ ଦେଲେ ଓ ସେହି ଅଭିଶାପ ଫଳରେ ଏହାଙ୍କ ଦେହର ଆଠ ସ୍ଥାନ ବଙ୍କା ହୋଇ ଏ ଜନ୍ମ ହେଲେ। ଏକଦା ଏହାଙ୍କ ପିତା ଜନକ ରାଜସଭାରେ ଜଣେ ତାର୍କିକଙ୍କ ସହିତ ଯୁକ୍ତିରେ ପରାସ୍ତ ହୋଇ ଜଳରେ ବନ୍ଦୀ ହୋଇଥିଲେ। ଅଷ୍ଟାବକ୍ର ଏହା ଶୁଣି ଜନକ ସଭାକୁ ଯାଇ ତାର୍କିକଙ୍କୁ ପରାସ୍ତ କରି ପିତାଙ୍କୁ ବନ୍ଧନ ମୁକ୍ତ କଲେ। ପିତାଙ୍କ ବର ଅନୁସାରେ ଏ ସମକ୍ଷ ନଦୀରେ ସ୍ନାନ କରି- ବାରୁ ଏହାଙ୍କର ଅଙ୍ଗବିକଳତା ଦୂର ହେଲା। ଏ ଅଷ୍ଟାବକ୍ର ସଂହିତା ନାମକ ଯୋଗଶାସ୍ତ୍ରର ରଚୟିତା ଥିଲେ।]