ଅଷ୍ଟାଙ୍ଗ Ashṭāṅga
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ଦେହର ଆଠ ଗୋଟି ଅଙ୍ଗ ବା ଅଂଶ— (ଯଥା-ହାତ, ଛାତି, କପାଳ, ଆଖି, ହୃଦୟ, ତଣ୍ଟି, ବେକ ଓ ପିଠିର ପଛ। ଶରୀରର ଏହି ଅଙ୍ଗ— ମାନଙ୍କରେ ତିଳକ ଧାରଣ କରାଯାଏ) — The eight parts of the body on which religious marks are put
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ଯେଉଁ ଆଠ ଗୋଟି ଅଙ୍ଗଦ୍ୱାରା ସାଷ୍ଟାଙ୍ଗ ପ୍ରଣାମ କରାଯାଏ—(ଯଥା—ହାତ, ପାଦ, ଜାନୁ, ଛାତି, ଚକ୍ଷୁ, ମସ୍ତକ, ବାକ୍ୟ ଓ ମନ) — The eight parts of the body and the mind) used during obeisance
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ରାଜ୍ୟ ଶାସନର ଆଠ ଗୋଟି ଅଙ୍ଗ ବା ଉପାଦାନ— (ରାଜ୍ୟାଙ୍ଗ ଦେଖ) — The eight elements or component parts of a kingdom or administration
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ଯୋଗର ଆଠଟି ଅଙ୍ଗ ବା କ୍ରିୟା—(ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି।) — The eight exercises of J̄oga
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ଆୟୁର୍ବେଦର 8 ଟି ଶାଖା—(ଯଥା—ଶଲ୍ୟ, ଶାଲାକ୍ୟ; କାୟଚିକିତ୍ସା, ଭୁତବିଦ୍ୟା, କୌମାର ଭୃତ୍ୟା, ଅଗଦତନ୍ତ୍ର; ରସାୟନତନ୍ତ୍ର ଓ ବାଜିକରଣ।) — ଆୟୁର୍ବେଦର8ଟି ଶାଖା—(ଯଥା—ଶଲ୍ୟ, ଶାଲାକ୍ୟ; କାୟଚିକିତ୍ସା, ଭୁତବିଦ୍ୟା, କୌମାର ଭୃତ୍ୟା, ଅଗଦତନ୍ତ୍ର; ରସାୟନତନ୍ତ୍ର ଓ ବାଜିକରଣ)—. The eight branches of ancient Hindu medicine
- ସଂ. ବି. (ଅଷ୍ଟନ୍+ଅଙ୍ଗ) — ସୂର୍ଯ୍ୟଙ୍କୁ ଦିଆଯିବା ଅର୍ଘ୍ୟବିଶେଷ—(ଯଥା—ଜଳ, କ୍ଷୀର କୁଶାଗ୍ର, ଘୃତ, ମଧୁ, ଦଧି, ରକ୍ତଚନ୍ଦନ ଓ କରବୀର) — The eight materials offered to the Sun god
- ସଂ. ବିଣ. — ଆଠଗୋଟି ଅଙ୍ଗଯୁକ୍ତ — Having eight component parts