ଅଷ୍ଟବର୍ଗ Ashṭabarga
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — ଜ୍ୟୋତିଷୋକ୍ତ ଜନ୍ମକାଳୀନ ଶୁଭାଶୁଭ ଫଳ— ଜ୍ଞାପକ ଅଷ୍ଟଗ୍ରହଚକ୍ର — Astronomical circle of ones nativity
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — ଅଷ୍ଟ ଐଶ୍ୱର୍ଯ୍ୟ (ଐଶ୍ୱର୍ଯ୍ୟ ତଳେ ନୋଟ୍ ଦେଖ) — Eight divine qualities
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — ଆୟୁର୍ବେଦୋକ୍ତ ଆଠ ଗୋଟି ଔଷଧ — A collection of eight special medicines mentioned in the Āyurbeda
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — (ଯଥା—ଜୀବକ, ଋଷଭକ, ମେଦା, ମହାମେଦା, କାଙ୍କୋଳି, କ୍ଷୀରକାଙ୍କୋଳି, ଋଦ୍ଧି ଓ ବୃଦ୍ଧି। ଏଥି ମଧ୍ୟରୁ 5 ମ ଓ 6 ଷ୍ଠ ବସ୍ତୁ ଛଡ଼ା ଅନ୍ୟ ବସ୍ତୁମାନ ବର୍ତ୍ତମାନ ସମୟରେ ବିରଳ। ଏହା ଶୀତଳ, ମଧୁର, ପୁଷ୍ଟିକାରକ, ଶୁକ୍ରଜନକ, ଗୁରୁ, ଭଗ୍ନସନ୍ଧାନ କାରକ, କାମ— ବର୍ଦ୍ଧକ, କଫଜନକ ଓ ବଳକର। ଏହା ବାତ, ରକ୍ତପିତ୍ତ, ପିପାସା, ଦାହ, ଜ୍ୱର, ମେହ ଓ କ୍ଷୟ ରୋଗନାଶକ। ଏଥି ମଧ୍ୟରୁ 6 ଗୋଟି ବସ୍ତୁ ଅପ୍ରାପ୍ୟ ହେବାରୁ ବୈଦ୍ୟମାନେ ତତ୍ପରିବର୍ତ୍ତରେ ଅନ୍ୟ ଦ୍ରବ୍ୟ ବ୍ୟବସ୍ଥା କରନ୍ତି।) — (ଯଥା—ଜୀବକ, ଋଷଭକ, ମେଦା, ମହାମେଦା, କାଙ୍କୋଳି, କ୍ଷୀରକାଙ୍କୋଳି, ଋଦ୍ଧି ଓ ବୃଦ୍ଧି ଏଥି ମଧ୍ୟରୁ5ମ ଓ6ଷ୍ଠ ବସ୍ତୁ ଛଡ଼ା ଅନ୍ୟ ବସ୍ତୁମାନ ବର୍ତ୍ତମାନ ସମୟରେ ବିରଳ ଏହା ଶୀତଳ, ମଧୁର, ପୁଷ୍ଟିକାରକ, ଶୁକ୍ରଜନକ, ଗୁରୁ, ଭଗ୍ନସନ୍ଧାନ କାରକ, କାମ— ବର୍ଦ୍ଧକ, କଫଜନକ ଓ ବଳକର ଏହା ବାତ, ରକ୍ତପିତ୍ତ, ପିପାସା, ଦାହ, ଜ୍ୱର, ମେହ ଓ କ୍ଷୟ ରୋଗନାଶକ ଏଥି ମଧ୍ୟରୁ6ଗୋଟି ବସ୍ତୁ ଅପ୍ରାପ୍ୟ ହେବାରୁ ବୈଦ୍ୟମାନେ ତତ୍ପରିବର୍ତ୍ତରେ ଅନ୍ୟ ଦ୍ରବ୍ୟ ବ୍ୟବସ୍ଥା କରନ୍ତି)
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — (ଗଣିତ ଜ୍ୟୋତିଷ) ଜାତକରେ ଜନ୍ମକାଳୀନ ଗ୍ରହମାନଙ୍କ ସ୍ଥିତି ଅନୁସାରେ ମନୁଷ୍ୟର ଶୁଭାଶୁଭ ଗଣନା ପ୍ରଣାଳୀ — (Astrology) The mode of computing the future of a man's life according to the position of the planets in a person's horoscope
- ସଂ. ବି. (ସମାହାର; ଅଷ୍ଟ+ବର୍ଗ) — [ଦ୍ର—ମନୁଷ୍ୟର ଜନ୍ମ କାଳରେ ଯେଉଁ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଥାଆନ୍ତି ତାହା ଜାତକର ଜନ୍ମ ରାଶି। ଏହିପରି ରବି ଛଡ଼ା ଅନ୍ୟ ଗ୍ରହମାନେ ଜନ୍ମ କାଳରେ ଭିନ୍ନ ଭିନ୍ନ ରାଶିରେ ଓ ଭିନ୍ନ ଭିନ୍ନ ନକ୍ଷତ୍ରରେ ଅବସ୍ଥାନ କରୁ ଥାଆନ୍ତି। ସୁତରାଂ ଗ୍ରହ ଓ ଲଗ୍ନଦ୍ୱାରା ଜାତକରେ ଆଠ ଗୋଟି ଜନ୍ମ ରାଶି କଳ୍ପିତ ହୁଏ ଓ ତହିଁରୁ ଜ୍ୟୋତିଷ ଗଣନାକ୍ରମେ ଉକ୍ତ ବ୍ୟକ୍ତିର ଶୁଭାଶୁଭ ଓ ପରମାୟୁ ନିର୍ଦ୍ଧାରିତ ହୁଏ; ଏ ନିର୍ଦ୍ଧାରଣ ପ୍ରଣାଳୀକୁ ଅଷ୍ଟବର୍ଗ ବୋଲାଯାଏ।]