ଅଷ୍ଟଦିକ୍ପାଳ Ashṭadikpāḻa
- ସଂ. ବି. (ଅଷ୍ଟଦିକ୍+ପାଳ; ଯେ ଅଷ୍ଟ ଦିଗକୁ ପାଳନ କରନ୍ତି) — ଆଠଦିଗକୁ ପାଳିବା ଆଠ ଗୋଟି ଦେବତା; ଯଥା—ଇନ୍ଦ୍ର—ପୂର୍ବଦିଗ, ଅଗ୍ନି—ଅଗ୍ନିକୋଣ, ଯମ—ଦକ୍ଷିଣ ଦିଗ, ନିଋତ—ନୈର୍ଋତକୋଣ, ବରୁଣ— ପଶ୍ଚିମଦିଗ, ମରୁତ୍—ବାୟୁକୋଣ; କୁବେର—ଉତ୍ତର ଓ ଈଶ—ଈଶାନ କୋଣ ପାଳନ କରନ୍ତି। — The eight Gods guarding the 8 points of the compass