ଅଶ୍ୱମେଧ Aṡwamedha

  • ସଂ. ବି. (ଅଶ୍ୱ+ମେଧ=ବଳି) — ଯଜ୍ଞବିଶେଷ — Horse sacrifice; a ceremony which was performed by Emperors in ancient India
  • ସଂ. ବି. (ଅଶ୍ୱ+ମେଧ=ବଳି) — [ଦ୍ର— ଏ ଯଜ୍ଞ କରିବା ପୁର୍ବରୁ ବିଶେଷ ଲକ୍ଷଣଯୁକ୍ତ ଶ୍ୟାମଳ ବା ଶୁକ୍ଳ ଅଶ୍ୱକୁ ସଂପ୍ରୋକ୍ଷଣ କରି ତା କପାଳରେ ଜୟପତ୍ର ବାନ୍ଧ ଅବାଧରେ ତାକୁ ମନଇଚ୍ଛା ଭ୍ରମଣ କରିବାକୁ ଛାଡ଼ି ଦିଆଯାଏ। ବର୍ଷକ ପରେ ଘୋଡ଼ା ଫେରି ଆସିଲେ କିମ୍ବା ତାକୁ କେହି ବୀର ଧରି ରଖିଲେ ସେ ବୀରକୁ ଜୟକରି ଯଜ୍ଞକର୍ତ୍ତା ସେ ଘୋଡ଼ାକୁ ତାଠାରୁ ଆଣି ପାରିଲେ ସେହି ଘୋଡ଼ାକୁ ବଧ କରି ହୋମ କରାଯାଏ। ପୂର୍ବକାଳରେ ହିନ୍ଦୁଚକ୍ରବର୍ତ୍ତୀମାନେ ଏହି ଯଜ୍ଞ କରୁଥିଲେ।]