ଅଶ୍ୱଗନ୍ଧା Aṡwagandhā
- ସଂ. ବି. (ଘୋଡ଼ା ଦେହ ଭଳି ଗନ୍ଧ ଯାହାର) — ଏକଜାତୀୟ ଗୁଳ୍ମ; ଅସ୍କନ୍ଦ — A medicinal wild plant; Withania Somnifera; Physalis fleinissa
- ସଂ. ବି. (ଘୋଡ଼ା ଦେହ ଭଳି ଗନ୍ଧ ଯାହାର) — [ଦ୍ର—ଏହା ବଙ୍ଗନାଦି ବର୍ଗର ଅକଣ୍ଟକ କ୍ଷୁପ; ଏ ଗଛ ଗ୍ରୀଷ୍ମପ୍ରଧାନ ଦେଶରେ ହୁଏ। ଏହା ଡେଙ୍ଗା ହୋଇ ବଢ଼ି 3।4 । ହାତ ଉଚ୍ଚ ହୁଏ। ପତ୍ର ଯୋଡ଼ି ଯୋଡ଼ି; ପତ୍ରରେ ଘୋଡ଼ାର ଗନ୍ଧ ଜଣା ପଡ଼େ; ମୂଳରେ ଘୋଡ଼ା ମୂତର ଗନ୍ଧ ଜଣା ପଡ଼େ; ଫୁଲ ଆପୀତ ଓ ପେନ୍ଥା ପେନ୍ଥା; ଫଳ ଛୋଟ ଓ ଗୋଲ; ଫଳର ବହିରାବରଣ ଫଳକୁ ଘୋଡ଼ାଇ ଥାଏ—(ଯୋଗେଶ୍ଚନ୍ଦ୍ର) ଏହା ବାୟୁ, କଫ, ଶ୍ୱିତ୍ର, ଶୋଥ ଓ କ୍ଷୟନାଶକ, ବଳକାରକ, ରସାୟନ ଓ ଶୁକ୍ରବର୍ଦ୍ଧକ ଓ ଉଷ୍ଣବୀର୍ଯ୍ୟ; ବାଜୀ- କରଣରେ ଏହାର ମୂଳ, ପତ୍ର ଓ ଛେଲି ପ୍ରସ୍ତୁତ ଘୃତ ଓ ଅରିଷ୍ଟାଦି ବିଶେଷ ଫଳଦାୟକ।] — [ଦ୍ର—ଏହା ବଙ୍ଗନାଦି ବର୍ଗର ଅକଣ୍ଟକ କ୍ଷୁପ; ଏ ଗଛ ଗ୍ରୀଷ୍ମପ୍ରଧାନ ଦେଶରେ ହୁଏ ଏହା ଡେଙ୍ଗା ହୋଇ ବଢ଼ି34 ହାତ ଉଚ୍ଚ ହୁଏ ପତ୍ର ଯୋଡ଼ି ଯୋଡ଼ି; ପତ୍ରରେ ଘୋଡ଼ାର ଗନ୍ଧ ଜଣା ପଡ଼େ; ମୂଳରେ ଘୋଡ଼ା ମୂତର ଗନ୍ଧ ଜଣା ପଡ଼େ; ଫୁଲ ଆପୀତ ଓ ପେନ୍ଥା ପେନ୍ଥା; ଫଳ ଛୋଟ ଓ ଗୋଲ; ଫଳର ବହିରାବରଣ ଫଳକୁ ଘୋଡ଼ାଇ ଥାଏ—(ଯୋଗେଶ୍ଚନ୍ଦ୍ର) ଏହା ବାୟୁ, କଫ, ଶ୍ୱିତ୍ର, ଶୋଥ ଓ କ୍ଷୟନାଶକ, ବଳକାରକ, ରସାୟନ ଓ ଶୁକ୍ରବର୍ଦ୍ଧକ ଓ ଉଷ୍ଣବୀର୍ଯ୍ୟ; ବାଜୀ- କରଣରେ ଏହାର ମୂଳ, ପତ୍ର ଓ ଛେଲି ପ୍ରସ୍ତୁତ ଘୃତ ଓ ଅରିଷ୍ଟାଦି ବିଶେଷ ଫଳଦାୟକ]