ଅଶୋକାଷ୍ଟମୀ Aṡokāshṭamī

  • ସଂ. ବି — ଚୈତ୍ରମାସର ଶୁକ୍ଳାଷ୍ଟମୀ — The 8th day of the white fortnight of the lunar month of Cha̲i̱tra
  • ସଂ. ବି — [ଦ୍ର—ଏହି ଅଷ୍ଟମୀରେ ଆଠଟି ଅଶୋକକଳିକା ଜଳ ସହିତ ପାନ କଲେ ମନୁଷ୍ୟ ଅଶୋକ ହୁଅନ୍ତି ବୋଲି ପୁରାଣରେ ଉକ୍ତ ଅଛି। ଏ ଦିନ ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାଙ୍କୁ ରଥରେ ବିଜେ କରାଯାଇ ରଥକୁ ଲିଙ୍ଗରାଜଙ୍କ ବେଢ଼ାର ଉତ୍ତରପୂର୍ବ କୋଣଠାରୁ ରାମେଶ୍ୱରଙ୍କ ମନ୍ଦିର ପର୍ଯ୍ୟନ୍ତ ନିଆଯାଏ। ଏ ରଥର ନାମ ରୁକୁଣାରଥ। ଅଶୋକାଷ୍ଟମୀ ଦିନ ସକାଳୁ ଭୁବନେଶ୍ୱର କେଦାରଗୌରୀ ମନ୍ଦିର ନିକଟସ୍ଥ ମରିଚକୁଣ୍ଡର ଜଳରେ ପ୍ରଥମେ ସ୍ନାନ କରିବା ବନ୍ଧ୍ୟା ସ୍ତ୍ରୀ ପୁତ୍ରବତୀ ହୁଏ ବୋଲି ଲୋକବିଶ୍ୱାସ ଅଛି; ଅଶୋକକଳିକା ତଳେ ନୋଟ୍ ଦେଖ।]