ଅର୍ୱିନ୍ Arwin

  • ବୈଦେ. ଇଂ. (ନାମ) — ଲର୍ଡଅର୍ୱିନ୍; ଭାରତର ବଡଲାଟ ( 1926-1931 )—ଏହାଙ୍କ ଅମଳରେ ମହାତ୍ମା ଗାନ୍ଧୀଙ୍କର ଆଇନ ଅମାନ୍ୟ ଆନ୍ଦୋଳନ ପ୍ରବଳ ରୂପ ଧାରଣ କରି ଶେଷରେ ବିଲାତରେ ଗୋଲଟେବଲ ବଇଠକ ପରେ ମହାତ୍ମା ଗାନ୍ଧୀଙ୍କ ସଙ୍ଗେ ଭାରତର ରାଜନୀତିକ ପରିସ୍ଥିତି ସମ୍ବନ୍ଧରେ ଏହାଙ୍କର ସମାଧାନ ପ୍ରସ୍ତାବ ହୋଇଥିଲା। ଏ ଭାରତବାସୀଙ୍କର ସ୍ୱାୟତ୍ତଶାସନ ଦାବୀର ପକ୍ଷପାତୀ ଥାଇ ବିଲାତ ସରକାରଙ୍କ ସଙ୍ଗେ ଭାରତବାସୀଙ୍କ ନ୍ୟାୟ୍ୟ ଦାବୀ ପୂରଣ ପାଇଁ ବରାବର ଅଳି କରୁଥିଲେ — ଲର୍ଡଅର୍ୱିନ୍; ଭାରତର ବଡଲାଟ (1926-1931)—ଏହାଙ୍କ ଅମଳରେ ମହାତ୍ମା ଗାନ୍ଧୀଙ୍କର ଆଇନ ଅମାନ୍ୟ ଆନ୍ଦୋଳନ ପ୍ରବଳ ରୂପ ଧାରଣ କରି ଶେଷରେ ବିଲାତରେ ଗୋଲଟେବଲ ବଇଠକ ପରେ ମହାତ୍ମା ଗାନ୍ଧୀଙ୍କ ସଙ୍ଗେ ଭାରତର ରାଜନୀତିକ ପରିସ୍ଥିତି ସମ୍ବନ୍ଧରେ ଏହାଙ୍କର ସମାଧାନ ପ୍ରସ୍ତାବ ହୋଇଥିଲା ଏ ଭାରତବାସୀଙ୍କର ସ୍ୱାୟତ୍ତଶାସନ ଦାବୀର ପକ୍ଷପାତୀ ଥାଇ ବିଲାତ ସରକାରଙ୍କ ସଙ୍ଗେ ଭାରତବାସୀଙ୍କ ନ୍ୟାୟ୍ୟ ଦାବୀ ପୂରଣ ପାଇଁ ବରାବର ଅଳି କରୁଥିଲେ—Lord Irwin the Viceroy of India. (1926-1931)