ଅର୍ଦ୍ଧଜରତୀୟନ୍ୟାୟ Arddhajaratīyanyāya

  • ସଂ. ବି — ଜଣେ ଉଦାରସ୍ୱଭାବ ବୃଦ୍ଧ ବ୍ରାହ୍ମଣ ଦୂରବସ୍ଥାପନ୍ନ ହୋଇ ନିଜର ଗୋଟିଏ ଗାଈକୁ ପ୍ରତି ହାଟପାଳିରେ ବିକ୍ରୟ କରିବାକୁ ନେଇ ଯାଆନ୍ତି। ଯେପରି ମନୁଷ୍ୟର ବୟସ ଅଧିକ ହେଲେ ଲୋକରେ ତାହାର ଆଦର ହୁଏ ସେହିପରି ଗାଈର ବୟସ ଅଧିକ କହିଲେ ଲୋକେ ଆଗ୍ରହରେ ତାକୁ କିଣିବେ ଏହା ଭାବି ବୃଦ୍ଧ କ୍ରେତାମାନଙ୍କୁ କହନ୍ତି ଏ ଗାଈଟି ଆମ୍ଭର ପୈତୃକ ଗୋରୁ ଓ ଅତି ପ୍ରାଚୀନା; ବ୍ରାହ୍ମଣଙ୍କର ଏହି କଥା ଶୁଣି କ୍ରେତାମାନେ ଫେରି ଯାଆନ୍ତି ଓ ବ୍ରାହ୍ମଣ ପ୍ରତି ହାଟ- ପାଳିରେ ଗୋରୁଟିକୁ ହାଟକୁ ନିଅନ୍ତି। ଦିନେ ଜଣେ ଲୋକ ବ୍ରାହ୍ମଣକୁ ପଚାରିଲେ, ଆପଣ ତ ପ୍ରତି ହାଟକୁ ଗୋରୁ ଆଣନ୍ତି, ବିକନ୍ତି ନାହିଁ କାହିଁକି? ବ୍ରାହ୍ମଣ ତାଙ୍କ ମନୋଗତ ଭାବ ବ୍ୟକ୍ତ କରିବାରୁ ସେହି ଲୋକ କହିଲେ, ଆପଣ ଏହାକୁ ପୁରୁଣା ଗୋରୁ ନ କହି, ଏକ ଫଳର ଗାଈ ଓ ବହୁତ ଦୁଧ ଦିଏ, କହିଲେ ଲୋକେ ଆଗ୍ରହରେ କିଣି ନେବେ। ଏହା ଶୁଣି ବ୍ରାହ୍ମଣ ଭାବିଲେ, ମୁଁ ତ ପ୍ରଥମେ ଏହାକୁ ପ୍ରାଚୀନା କହିଅଛି, ବର୍ତ୍ତମାନ କିପରି ତରୁଣୀ କହିବି? ଏପରି ହୋଇ ପାରେ ଯେ ଏ ଗାଈଟି ଆତ୍ମାଂଶରେ ପ୍ରାଚୀନ ଓ ଶରୀରାଂଶରେ ତରୁଣୀ; ଅତଏବ ମୁଁ ଏହାକୁ ଅର୍ଦ୍ଧଜରୁରୀ କହିପାରେଁ। ପରେ ଜଣେ କ୍ରେତା ଆସିବାରୁ ବ୍ରାହ୍ମଣ କହିଲେ 'ଏ ଗାଈଟି ଅର୍ଦ୍ଧ ଜରତୀ' ଓ ଅର୍ଦ୍ଧ ତରୁଣୀ। କ୍ରେତା ବ୍ରାହ୍ମଣଙ୍କୁ ବିଷୟମୂର୍ଖ ମନେ କରି ହସି ହସି ଗାଈଟି କିଣି ନେଲେ।
  • ସଂ. ବି — ଯେତେବେଳେ ବିଚାରକ ବାଦୀ ଓ ପ୍ରତିବାଦୀର କଥାରୁ କିଛି କିଛି ଅଂଶ ଗ୍ରହଣ କରି ଅନ୍ୟ ଅଂଶ ପରିତ୍ୟାଗ କରନ୍ତି ପଣ୍ଡିତମାନେ ସେତେବେଳେ ଏହି ନ୍ୟାୟର ଉଦାହରଣ ଦିଅନ୍ତି — Incompatibility in argument