ଅର୍କବ୍ରତ Arkabrata
- ସଂ. ବି. (ମଧ୍ୟପଦଲୋପୀ; ଅର୍କଙ୍କ ଆରାଧନାର୍ଥ ବ୍ରତ) — ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟପୂଜା ବ୍ରତ — A religious vow observed on the 7th day of bright fortnight of the month of Māgha
- ସଂ. ବି. (ମଧ୍ୟପଦଲୋପୀ; ଅର୍କଙ୍କ ଆରାଧନାର୍ଥ ବ୍ରତ) — (ସୂର୍ଯ୍ୟ ଯେପରି ପୃଥିବୀରୁ ଜଳଶୋଷଣ କରି ପୁନର୍ବାର ପ୍ରଜାଙ୍କ ଉପକାରାର୍ଥ ଉକ୍ତ ଶୋଷିତ ଜଳ ବର୍ଷାରୂପରେ ପୃଥିବୀକୁ ଦିଅନ୍ତି ସେହିପରି)—ପ୍ରଜାଙ୍କଠାରୁ କର ଆଦାୟ କରି ପୁଣି ତାହା ପ୍ରଜାଙ୍କ ହିତରେ ବ୍ୟୟ କରିବା ରୂପ ରାଜାଙ୍କ ବ୍ରତ — The practice or vow of a king to take revenue from the subjects and apply the same for their benifit (compared to the practice of the sun.)