ଅରୋଚକ Arochaka

  • ସଂ. ବିଣ. (ଅ+ରୋଚକ) — ଅରୁଚିକର; ଅପ୍ରୀତିକର — Not pleasing; unpleasant
  • ସଂ. ବିଣ. (ଅ+ରୋଚକ) — ଯାହା ଖାଇବାକୁ ରୁଚିକର ନୁହେ — Distasteful; not agreeable to taste
  • ସଂ. ବିଣ. (ଅ+ରୋଚକ) — ଅସୁଆଦିଆ — Unsavoury
  • ସଂ. ବିଣ. (ଅ+ରୋଚକ) — ଯାହା ଖାଇବାକୁ ଅସୁକୁ ମାଡ଼େ — Disgusting; that which is not relished
  • ସଂ. ବି. — ରୋଗବିଶେଷ; ଏଥିରେ ଖାଦ୍ୟ ଦ୍ରବ୍ୟ ପ୍ରତି ଅରୁଚି ଜନ୍ମେ — A disease which causes a person to have no relish for food
  • ସଂ. ବି. — [ଦ୍ର—ଦୁର୍ଗନ୍ଧଯୁକ୍ତ ବା ଘୃଣାଜନକ ଚିଜ ଖାଇଲେ ବା ଘୃଣାଜନକ ରୂପ ବା ଦୃଶ୍ୟ ଦେଖିଲେ, ଶୋକର ଆବେଗ ହେଲେ, ବିରହ ହେଲେ, ଅନୁରାଗ-ପାତ୍ର ସଙ୍ଗେ ମିଳନ ନ ହେଲେ, ତ୍ରିଦୋଷର ପ୍ରକୋପ ହେଲେ ଏ ରୋଗ ଜନ୍ମେ; ଖାଇବା ଦ୍ରବ୍ୟକୁ ଦେଖିଲେ ଖାଇବାକୁ ଅପ୍ରବୃତ୍ତି ଜନ୍ମେ ଓ ନିତାନ୍ତ ଜିଗର କରି ଖାଇବା ଦ୍ରବ୍ୟ ତୁଣ୍ଡକୁ ନେଲାକ୍ଷଣି ଗୋଟାଏ ଦୁର୍ଗନ୍ଧ ଜଣାଯାଏ, ତଥାପି ଜିଗର କରି ତାହା ଖାଇଲେ ବାନ୍ତି ହୁଏ।]
  • ସଂ. ବି. — ଗର୍ଭିଣୀର ଗର୍ଭର ପ୍ରଥମ 3।4 ମାସ ମଧ୍ୟରେ ଖାଦ୍ୟ ଦ୍ରବ୍ୟ ପ୍ରତି ଅରୁଚି — ଗର୍ଭିଣୀର ଗର୍ଭର ପ୍ରଥମ34ମାସ ମଧ୍ୟରେ ଖାଦ୍ୟ ଦ୍ରବ୍ୟ ପ୍ରତି ଅରୁଚି—I. Distaste for food experienced by a pregnant woman during the first few months of pregnancy