ଅରୁଣୋଦଧି Aruṇodadhi

  • ସଂ. ବି. (କର୍ମଧା; ଅରୁଣ+ଉଦଧି) — ଲୋହିତ ସାଗର—(ଆରବ ଓ ମିଶର ଦେଶ ମଧ୍ୟରେ ଥିବା ସାଗର; ଏହାର ଉତ୍ତରରେ ସୁଏଜ ନାଳ। ଏ ନାଳ ସମୁଦ୍ରକୁ ଭୂମଧ୍ୟସାଗର ସଙ୍ଗେ ଯୋଗ କରିବାରୁ ବିଲାତରୁ ଓ ଇଉରୋପରୁ ଭାରତବର୍ଷକୁ ଜାହାଜମାନ ଏବେ ଏହି ବାଟେ ଯା ଆସ କରୁଛି) — The Red Sea