ଅମୁକର ହାଣ୍ଡିରେ ଚାଉଳ ପକେଇବା Amukara chāuḻa pakeibā

  • ଦେ. କ୍ରି — (ଲକ୍ଷଣାର୍ଥ) (କୌଣସି ବାଳିକା) କୌଣସି ପୁରୁଷକୁ ବିବାହିତା ହେବା ପାଇଁ ପ୍ରଜାପତିଙ୍କ ଦ୍ୱାରାପୂର୍ବରୁ ସ୍ଥିରକୃତ ହୋଇଥିବା — (figurative) To have one's rice thrown in the cooking pot of another (said of a girl going to be married to a particular man.)
  • ଦେ. କ୍ରି — [ଦ୍ର—ହିନ୍ଦୁମାନଙ୍କର ବିଶ୍ୱାସ ଏହି ଯେ, ବିବାହସମ୍ବନ୍ଧ ମନୁଷ୍ୟକୃତ ନୁହେଁ; ତାହା ପ୍ରଜାପତିଙ୍କ ଘଟସୂତ୍ର ଓ ତାହା କନ୍ୟାର ଜନ୍ମ ପୂର୍ବରୁ ବିଧାତା ସ୍ଥିର କରି ଥାଆନ୍ତି। ବିଧାତାଙ୍କ ନିୟମ ଅନୁସାରେ ଯେଉଁ କନ୍ଯା ତାହାର ଚାଉଳ ବା ଖାଦ୍ୟ ଯେଉଁ ବରର ହାଣ୍ଡିରେ ବା ପାକ— ହାଣ୍ଡିରେ ପୂର୍ବ ଜନ୍ମରେ ପକାଇଥାଏ, ସେ କନ୍ଯା ଅବଶ୍ୟ ସେହି ବରକୁ ବିବାହ କରେ। ଏଥିପାଇଁ ଲୋକେ କହନ୍ତି 'ସେ ପିଲାଟି ଅମୁକର ହାଣ୍ଡିରେ ଚାଉଳ ପକାଇଛି' ଅର୍ଥାତ୍ ସେ କନ୍ୟାଟି ଏହି ବର ଛଡ଼ା ଅନ୍ଯ କୌଣସି ବରକୁ ବିବାହିତା ହେବ ନାହିଁ।]