ଅମଳକରିବା Amaḻakaribā

  • ଦେ. କ୍ରି — କ୍ଷେତରୁ କଟା ହୋଇ ଆସିଥିବା ଧାନ- ହଳାରୁ ବେଙ୍ଗଳା ପକାଇବା ବା ଗୋଡରେ ମର୍ଦ୍ଦିବା ଦ୍ୱାରା ଶସ୍ୟ ପୃଥକ୍ କରିବା — To garner corn from sheaves
  • ଦେ. କ୍ରି — ଖଳା କରି ଗ୍ରାମ ସୀମାରେ ଧାନ ଅମଳ କରି— ମଧୁସୂଦନ ଛାନ୍ଦମାଳା. 1 ମ — ଖଳା କରି ଗ୍ରାମ ସୀମାରେ ଧାନ ଅମଳ କରି— ମଧୁସୂଦନ ଛାନ୍ଦମାଳା.1ମ
  • ଦେ. କ୍ରି — ଭୋଗ କରିବା; ରାଜତ୍ୱ କାଳରେ ବଞ୍ଚିବା — To live during the reign of
  • ଦେ. କ୍ରି — (ଯଥା—ମୁଁ ପୁରୀ ରାଜାଙ୍କ ତିନି ପୁରୁଷ ଅମଳ କଲି।)
  • ଦେ. କ୍ରି — ଅଙ୍ଗେ ନିଭାଇବା; ଅନୁଭବ କରିବା — To enjoy; to experience
  • ଦେ. କ୍ରି — ନିଶାକୁ ଅଭ୍ୟାସରେ ପରିଣତ କରିବା — To form a drug-habit
  • ଦେ. କ୍ରି — (ଯଥା—ସେ ଅଫିମ ଭାଙ୍ଗ ଅମଳ କଲା ଦିନୁଁ ଆସ୍ତେ ଆସ୍ତେ ବିଲ ବାଡି ବିକିଲା।)