ଅଭେଦ Abheda
- ସଂ.ବି (ଅ+ଭେଦ) — ପ୍ରଭେଦର ଅଭାବ
- ସଂ.ବି (ଅ+ଭେଦ) — ସାମ୍ୟ; ସମତା — Similarity
- ସଂ.ବି (ଅ+ଭେଦ) — ଏକତା — Identity
- ସଂ.ବି (ଅ+ଭେଦ) — ଦୃଢ ସମ୍ବନ୍ଧ — Close relation
- ସଂ. ବିଣ. (ଅ+ଭେଦ) — ପାର୍ଥକ୍ୟରହିତ; ଭେଦରହିତ
- ସଂ. ବିଣ. (ଅ+ଭେଦ) — ଧୃତରାଷ୍ଟ୍ର ପୁଅ ଗୋ ଅଟଇ ଦୁର୍ଯ୍ୟୋଧନ. ଅନେକ ପ୍ରୀତି ତାର ମୋର ଅଭେଦ ମନ। କୃଷ୍ଣସିଂହ ମହାଭାରତ।
- ସଂ. ବିଣ. (ଅ+ଭେଦ) — ସମାନ — Similar
- ସଂ. ବିଣ. (ଅ+ଭେଦ) — ଏକ; ସମ — Identical
- ଦେ. ବିଣ. (ସଂ. ଅଭେଦ୍ୟ) — ଯହିଁରେ ବିଚ୍ଛେଦ ନାହିଁ
- ଦେ. ବିଣ. (ସଂ. ଅଭେଦ୍ୟ) — ପ୍ରୀତି ଅଭେଦ ତାଙ୍କର; ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର। ଭଞ୍ଜ ପ୍ରେମସୁଧାନିଧି।
- ଦେ. ବିଣ. (ସଂ. ଅଭେଦ୍ୟ) — ଦୃଢ; ଅଭେଦ୍ୟ; ଯାହା ଭେଦ କରା ଯାଇ ନ ପାରେ
- ଦେ. ବିଣ. (ସଂ. ଅଭେଦ୍ୟ) — ସେ ବ୍ରହ୍ମ ରନ୍ଧ୍ରଦ୍ୱାରେ ପୁଣି, ଲାଗିଛି ଅଭେଦ କିଳିଣୀ। ପ୍ରାଚୀ; ନିର୍ଗୁଣ ମାହାତ୍ମ୍ୟ।