ଅଭିମନ୍ଥନ Abhimanthana
- ସଂ. ବି. — (ଅଭି+ମନ୍ଥ ଧାତୁ+କରଣ. ଅନ; ଯାହାଦ୍ୱାରା ଅଭିମନ୍ଥନ କରାଯାଏ)—ଅରୁଣି, ଯେଉଁ କାଠି ଖଣ୍ଡକୁ ଧରି ତଳର କାଠ ଉପରେ ମନ୍ଥିଲେ ନିଆଁ ବାହାରେ — The upper piece of wood which is churned in the lower one for kindling the fire. (M.W.)
- ସଂ. ବି. — (+ଭାବ. ଅନ)—ନିଆଁ ବାହାର କରିବା ପାଇଁ ଖଣ୍ଡେ କାଠ ନେଇ ଆଉ ଖଣ୍ଡିଏ କାଠରେ ମନ୍ଥିବା — Churning or rubbing two pieces of wood for eliciting fire