ଅବ୍ୟଭିଚାରୀ Abyabhichārī
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ବ୍ୟଭିଚାର—ଦୋଷରହିତ; ନିଜର ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀ ପ୍ରତି ଅନାସକ୍ତ — Chaste; constant; faithful to one's wife
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ନିଜର ପ୍ରଭୁ ପ୍ରତି ଏକାନ୍ତ ଭକ୍ତିଯୁକ୍ତ — Faithful to one's master
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଅନୁକୂଳ; ଯାହା ପ୍ରତିକୂଳ ନୁହେ — Favourable
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଯାହାର ନିପାତନ ବା ବ୍ୟତିକ୍ରମ ନାହିଁ — Not subject to exception; true in all cases; without any instance to the contrary
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଅଟଳ; ସ୍ଥିର; ଦୃଢ — Steady; firm
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ସ୍ଥାୟୀ; ନିତ୍ୟ — Permanent; constant
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଅଭିନ୍ନ; ଅବିକଳ — Exact
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଅପରିବର୍ତ୍ତନଶୀଳ — Invariable; unchangeable
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଧାର୍ମିକ — Pious; religious
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଧର୍ମ ଓ ନ୍ୟାୟ ପଥରୁ ଅବିଚଳିତ — Not deviating from rectitude or righteousness; moral
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — ଅବିସମ୍ବାଦୀ — Not opposing; tallying
- ସଂ. ବିଣ. ପୁଂ (ଅ+ବ୍ୟଭିଚାର+ଇନ୍; 1 ମା. 1 ବ.) — (ନ୍ୟାୟ ଦର୍ଶନ) ପ୍ରତିକୂଳ କାରଣଦ୍ୱାରା ଯାହା ବାରିତ ହୋଇ ନ ପାରେ — Not preventible by any untoward cause