ଅବିଭାଜ୍ୟ Abibhājya
- ସଂ. ବିଣ. (ଅ+ବିଭାଜ୍ୟ) — ଯାହାକୁ ବିଭାଗ କରାଯାଇ ନ ପାରେ — Indivisible
- ସଂ. ବିଣ. (ଅ+ବିଭାଜ୍ୟ) — ଯାହାକୁ ବିଭାଗ ବା ବଣ୍ଟରା ଉଚିତ ନୁହେ — Not proper to be divided
- ସଂ. ବିଣ. (ଅ+ବିଭାଜ୍ୟ) — [ଦ୍ର—ଶାସ୍ତ୍ରଅନୁସାରେ ବଣ୍ଟରାରୁ ବଳି ପଡ଼ିବା ଦାସ, ଦାସୀ, ଗୋରୁ, ଘୋଡ଼ାଆଦି ଜୀବ, ଠାକୁର ଓ ଦେବୋତ୍ତର ସମ୍ପତ୍ତି 'ଅବିଭାଜ୍ୟ' ଓ ଅଂଶୀଦାରମାନଙ୍କ ମଧ୍ୟରେ ସମଗ୍ର ସମ୍ପତ୍ତି ବଣ୍ଟରା ହେଲା ବେଳେ ଏମାନ ଅଂଶୀଦାରମାନଙ୍କ ପ୍ରାପ୍ୟ କିସ୍ମତ୍ ମୁତାବକ ବଣ୍ଟା ହୁଅନ୍ତି ନାହିଁ; ଜଣେ ବା ଦୁଇ ଜଣ ସେମାନ ନିଅନ୍ତି ଓ ଅନ୍ୟ ଅଂଶିଦାରମାନେ ତହିଁର କ୍ଷତିପୂରଣ ସ୍ୱରୂପ ଇଜିମାଲି ଫଣ୍ଡରୁ ସେହି ମୂଲ୍ୟୋପକଳ୍ପିତ ଧନ ପାଆନ୍ତି।]
- ସଂ. ବିଣ. (ଅ+ବିଭାଜ୍ୟ) — (ଗଣିତ) ଯେଉଁ ରାଶିକୁ ଅନ୍ୟ ରାଶିଦ୍ୱାରା ହରଣ କରାଯାଇ ନ ପାରେ — (Mathematics) (number) Which is not divisible by any other number; prime