ଅବହିତ୍ଥ Abahittha

  • ସଂ. ବି. (ଅ+ବହିସ୍=ବାହାରେ+ସ୍ଥା ଧାତୁ=ଥିବା+ ଭାବ. ଅ; ଯାହା ବାହାରେ ରହେ ନାହିଁ ଅର୍ଥାତ୍ ଅଦର୍ଶନ) — ଆକାରଗୁପ୍ତି; ମନର ଭାବ ବାହାରେ ପ୍ରକାଶ ନ କରି ଲୁଚାଇ ରଖିବା; ମନର ଭାବକୁ ଗୋପନ କରିବା — Dissimulation; concealment of one's inward feelings by a different outward expression; hypocrisy
  • ସଂ. ବି. (ଅ+ବହିସ୍=ବାହାରେ+ସ୍ଥା ଧାତୁ=ଥିବା+ ଭାବ. ଅ; ଯାହା ବାହାରେ ରହେ ନାହିଁ ଅର୍ଥାତ୍ ଅଦର୍ଶନ) — (ଅଳଙ୍କାର ଶାସ୍ତ୍ର) 33 ଟି ବ୍ୟଭିଚାରୀ ଭାବ ମଧ୍ୟରୁ ଏକତମ। ମନରେ ଜନ୍ମିବା ଭୟ, ଗୌରବ ଓ ଲଜ୍ଜାଦିକୁ ହର୍ଷ, ପରିହାସ ଓ ପ୍ରସଙ୍ଗାନ୍ତର ଦ୍ୱାରା ଉପସ୍ଥିତ ବ୍ୟକ୍ତି- ମାନଙ୍କ ନିକଟରେ ଗୋପନ କରିବା — (ଅଳଙ୍କାର ଶାସ୍ତ୍ର)33ଟି ବ୍ୟଭିଚାରୀ ଭାବ ମଧ୍ୟରୁ ଏକତମ ମନରେ ଜନ୍ମିବା ଭୟ, ଗୌରବ ଓ ଲଜ୍ଜାଦିକୁ ହର୍ଷ, ପରିହାସ ଓ ପ୍ରସଙ୍ଗାନ୍ତର ଦ୍ୱାରା ଉପସ୍ଥିତ ବ୍ୟକ୍ତି- ମାନଙ୍କ ନିକଟରେ ଗୋପନ କରିବା— . Concealment of one's genuine feelings by outward expression of different feelings
  • ସଂ. ବି. (ଅ+ବହିସ୍=ବାହାରେ+ସ୍ଥା ଧାତୁ=ଥିବା+ ଭାବ. ଅ; ଯାହା ବାହାରେ ରହେ ନାହିଁ ଅର୍ଥାତ୍ ଅଦର୍ଶନ) — [ଦ୍ର—କୌଣସି ବାଳିକାର ଉପସ୍ଥିତିରେ ତାହାର ଗୁରୁଜନ- ମାନେ ବିବାହବିଷୟ ପ୍ରସଙ୍ଗ କଲାବେଳେ ବାଳିକାର ମନରେ ଲଜ୍ଜାର ଉଦୟ ହେଲା। ସେ ତାହା ଗୋପନ କରିବା ଉଦ୍ଦେଶ୍ୟରେ ଗୁରୁଜନଙ୍କୁ କୌଣସି ତୀର୍ଥ ବା ପାଠ କଥା ପଚାରି ତାହାର ଆନ୍ତରିକ ସଙ୍କୋଚ ଭାବକୁ ଗୋପନ କରିବାକୁ ଚେଷ୍ଟା କଲା; ଏହାକୁ ଅବହିତ୍ଥ ବୋଲାଯିବ; କୁମାରସମ୍ଭବ 6 ଷ୍ଠ ସର୍ଗ 84 ଶ୍ଳୋକରେ ପିତା ହିମାଳୟଙ୍କ ନିକଟରେ ପାର୍ବତୀ ଠିଆ ହୋଇଥିଲେ। ଏହି ସମୟରେ ନାରଦ ପହଞ୍ଚି ହିମାଳୟଙ୍କ ନିକଟରେ ପାର୍ବତୀଙ୍କର ମହାଦେବଙ୍କ ସଙ୍ଗେ ବିବାହର ପ୍ରସ୍ତାବ ଉତ୍ଥାପନ କଲେ। ପାର୍ବତୀ ଅବଶ୍ୟ ଏହା ଶୁଣି ଆନନ୍ଦିତା ଓ ଲଜ୍ଜିତା ହେଲେ କିନ୍ତୁ ମନର ଭାବ ଗୋପନ କରିବା ଉଦ୍ଦେଶ୍ୟରେ ନିକଟରେ ଥିବା ପଦ୍ମଫୁଲର ପାଖୁଡ଼ାମାନଙ୍କୁ ଗଣିବାକୁ ଲାଗିଲେ, ଯେପରି କି ନାରଦଙ୍କ କଥାରେ ପାର୍ବତୀଙ୍କର ମନୋଯୋଗ ନ ଥିଲା ବୋଲି ପିତା ମାତା ବୁଝିବେ। ଏହି ଭାବ ଗୋପନ ହିଁ ଅବିହିତ୍ଥ ବା ଅବହିତ୍ଥା।] — [ଦ୍ର—କୌଣସି ବାଳିକାର ଉପସ୍ଥିତିରେ ତାହାର ଗୁରୁଜନ- ମାନେ ବିବାହବିଷୟ ପ୍ରସଙ୍ଗ କଲାବେଳେ ବାଳିକାର ମନରେ ଲଜ୍ଜାର ଉଦୟ ହେଲା ସେ ତାହା ଗୋପନ କରିବା ଉଦ୍ଦେଶ୍ୟରେ ଗୁରୁଜନଙ୍କୁ କୌଣସି ତୀର୍ଥ ବା ପାଠ କଥା ପଚାରି ତାହାର ଆନ୍ତରିକ ସଙ୍କୋଚ ଭାବକୁ ଗୋପନ କରିବାକୁ ଚେଷ୍ଟା କଲା; ଏହାକୁ ଅବହିତ୍ଥ ବୋଲାଯିବ; କୁମାରସମ୍ଭବ6ଷ୍ଠ ସର୍ଗ84ଶ୍ଳୋକରେ ପିତା ହିମାଳୟଙ୍କ ନିକଟରେ ପାର୍ବତୀ ଠିଆ ହୋଇଥିଲେ ଏହି ସମୟରେ ନାରଦ ପହଞ୍ଚି ହିମାଳୟଙ୍କ ନିକଟରେ ପାର୍ବତୀଙ୍କର ମହାଦେବଙ୍କ ସଙ୍ଗେ ବିବାହର ପ୍ରସ୍ତାବ ଉତ୍ଥାପନ କଲେ ପାର୍ବତୀ ଅବଶ୍ୟ ଏହା ଶୁଣି ଆନନ୍ଦିତା ଓ ଲଜ୍ଜିତା ହେଲେ କିନ୍ତୁ ମନର ଭାବ ଗୋପନ କରିବା ଉଦ୍ଦେଶ୍ୟରେ ନିକଟରେ ଥିବା ପଦ୍ମଫୁଲର ପାଖୁଡ଼ାମାନଙ୍କୁ ଗଣିବାକୁ ଲାଗିଲେ, ଯେପରି କି ନାରଦଙ୍କ କଥାରେ ପାର୍ବତୀଙ୍କର ମନୋଯୋଗ ନ ଥିଲା ବୋଲି ପିତା ମାତା ବୁଝିବେ ଏହି ଭାବ ଗୋପନ ହିଁ ଅବିହିତ୍ଥ ବା ଅବହିତ୍ଥା]