ଅବରୋଧ Abarodha
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — ରାଜାଆଦିଙ୍କ ଅନ୍ତଃପୁର; ଅନ୍ଦରମହଲ; ଉଆସ — Seraglio; the zenānā harem; the private apartments exclusively used by women
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — (+ଭାବ. ଅ) ପ୍ରତିବନ୍ଧକ; ବାଧା — Obstacle
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — ଅଟକ; ଗତିରୋଧ — Obstruction; restraint
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — ବେଢ଼ିବା; ଘେରିବା — Enveloping; surrounding
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — ଆବରଣ — Covering
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — ନଗର ବା ଦୁର୍ଗର ଚାରିପାଖକୁ ସୈନ୍ୟଦ୍ୱାରା ବେଷ୍ଟନ କରିବାଦ୍ୱାରା ଦୁର୍ଗବାସୀଙ୍କୁ ବାହାରକୁ ନ ଛାଡ଼ିବା ଅବସ୍ଥା; ଘେରାଉ — A siege of a town or fort
- ସଂ. ବି (ଅବ+ରୁଧ ଧାତୁ=ଅଟକାଇବା+ଅଧିକରଣ. ଅ) — (+କର୍ମ. ଅ; ଯେଉଁମାନଙ୍କୁ ଅବରୁଦ୍ଧ କରି ରଖା ହୁଏ)—ରାଜାନ୍ତଃପୁରସ୍ଥା ସ୍ତ୍ରୀସମୂହ — All the women of a Rājā's seraglio