ଅବଧାନ ହେଉ Abadhāna heu
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — (ଗୁହାରି; ପ୍ରାର୍ଥନା) ଶୁଣାଯାଉ — Let the prayer be heard
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — ଅବଧାନ ହେଉ ଛାମୁରେ ଆରତି କରୁଛି ଦୁଃଖୀ ଗୋଚର। ରାଧାନାଥ. ପାର୍ବତୀ।
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — (ପ୍ରାର୍ଥନା) ମଞ୍ଜୁର କରାଯାଉ — Let the prayer be granted
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — (ପ୍ରାର୍ଥିତ ବସ୍ତୁ) ପ୍ରଦତ୍ତ ହେଉ — Let the prayed for thing be given
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — ଆପଣ ଅନୁଗ୍ରହପୂର୍ବକ (ଅମୁକ ସ୍ଥାନକୁ) ଆସିବା ହୁଅନ୍ତୁ — Be pleased to come (to such or such a place.)
- ଦେ. (ଅନୁଜ୍ଞା ବା ପ୍ରାର୍ଥନାତ୍ମକ କ୍ରିୟାପ୍ରୟୋଗ) — [ଯଥା—ନୀଳକଣ୍ଠ ଦାସେ ଆପଣେ ! ମାଧି ମିଶ୍ରଙ୍କ ପୁଅ ବ୍ରତ ଶଙ୍ଖୁଡ଼ି ସଭାକୁ ଗଡ଼ୁ ପୀଢ଼ା ଘେନି ଅବଧାନ ହେଉ। ପୁରୀ ରାହାଙ୍ଗ ବ୍ରାହ୍ମଣ ଶାସନରେ ବ୍ରତ, ବିବାହାଦିର ଆଳିପଣା, ଫୁଲସଭା, ଶଙ୍ଖୁଡ଼ି ସଭା ଓ ଗହ୍ମାପୂର୍ଣ୍ଣନୀ ହକରାଆଦିରେ ଉପସ୍ଥିତ ହେବା ପାଇଁ ଗ୍ରାମ ସେବକବ୍ରାହ୍ମଣର ପ୍ରତ୍ୟେକ ଗୃହସ୍ଥଙ୍କ ଘର ସାମନା ଦାଣ୍ଡରେ ଡାକ।]