ଅଫୁଟା Aphuṭā
- ଦେ. ବିଣ — (ସଂ. ଅପ୍ରସ୍ପୁଟିତ)—ଅପ୍ରସ୍ଫୁଟିତ; ଫୁଟି ନ ଥିବା। (ଫୁଲ) — Not in bloom (flower)
- ଦେ. ବିଣ — (ସଂ. ଅସ୍ଫୁଟ) ଯାହା ପ୍ରକାଶିତ ବା ବ୍ୟକ୍ତ ହୋଇ ନାହିଁ — That which has not come out or appeared
- ଦେ. ବିଣ — (ଯଥା—ଅଫୁଟା କଦଳୀ ମଞ୍ଜ)
- ଦେ. ବିଣ — (ସଂ. ଅସ୍ଫୁଟ)—ନିଆଁ ଉପରେ ବସି ଟକ୍ ଟକ୍ ହୋଇ ଫୁଟି ନ ଥିବା (ପାଣି ବା ଭାତ) — (water or rice) Which has not yet boiled; not boiling
- ଦେ. ବିଣ — ବଘରା ବା ଫୁଟା ହୋଇ ନ ଥିବା (ତିଅଣ) — (curry) Which has not been seasoned with boiling oil and spices
- ଦେ. ବିଣ — ଫୁଟିଯାଇ ନ ଥିବା ବା ଛିଦ୍ର ହୋଇ ନ ଥିବା (ପାତ୍ରାଦି) — (spot) Which has got no hole