ଅପ୍ରତିରଥ Apratiratha
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+ପ୍ରତିରଥ= ପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା ଯାହାର) — ପ୍ରତିଯୋଧହୀନ; ଯାହା ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀ ହେବା ଭଳି କେହି ଯୋଦ୍ଧା ନାହିଁ — Having no warrior to rival him; unrivalled (warrior)
- ସଂ. ବି — ଋଷିବିଶେଷ — Name of a Sage
- ସଂ. ବି — ଯୁଦ୍ଧଯାତ୍ରା କାଳରେ ବୋଲାଯିବା ମଙ୍ଗଳାଚରଣ — Benedictory song recited when a warrior starts for the fight
- ସଂ. ବି — ସାମବେଦୋକ୍ତ ପ୍ରାସ୍ଥାନିକ ମନ୍ତ୍ର (ଅପ୍ରତିରଥ ଋଷିଙ୍କର ଚିତ୍ର) — Auspicious incantations of the Sāma Beda recited on the occasion of starting for a specific object