ଅପରାଜିତା Aparājitā
- ସଂ. ବିଣ. ସ୍ତ୍ରୀ — ଅପରାଜିତର ସ୍ତ୍ରୀଲିଙ୍ଗ — The feminine of Aparājita
- ସଂ. ବି — ଲତାବିଶେଷ (ଏହା ଦୁଇ ପ୍ରକାର ଫୁଲବିଶିଷ୍ଟ— ଧଳା ଓ ନେଳି। ନେଳି ଫୁଲ ଫୁଟିବା ଅପରାଜିତାକୁ କଳା ଅପରାଜିତା ଓ ଧଳା ଫୁଲ ଫୁଟିବା ଅପରାଜିତାକୁ ଧଳା ଅପରାଜିତା ବୋଲି କହନ୍ତି।) — A Creeper with pretty blue or white flowers; The mussel shell creeper; Clitoria Ternatia
- ସଂ. ବି — ଦୁର୍ଗା; ଗୌରୀ — The Goddess Durga; wife of Ṡiba
- ସଂ. ବି — ଦୂବ; ଦୂର୍ବା — Long creeping grass; Duba grass
- ସଂ. ବି — ସଂସ୍କୃତ ଶ୍ଳୋକର ଛନ୍ଦବିଶେଷ — A Sanskrit metre
- ସଂ. ବି — ଜୟନ୍ତୀ ଗଛ — Name of a tree
- ସଂ. ବି — ଅଶନପର୍ଣ୍ଣୀ ଗୁଳ୍ମ — Name of a plant
- ସଂ. ବି — ଗଙ୍ଗଶିଉଳି (ଦେଖ) — Gangaṡiuḻi (See)
- ସଂ. ବି — ଏକପ୍ରକାର ଶମୀ ବା ସୁଆଁ ଲତା — A kind of creeper