ଅନ୍ତର୍ଜଳ Anterjaḻa
- ସଂ. ବି. (ଅନ୍ତର=ମଧ୍ୟ+ଜଳ) ଭୂଗର୍ଭସ୍ଥିତ ଜଳ — Subterranean water
- ସଂ. ବି. (ଅନ୍ତର=ମଧ୍ୟ+ଜଳ) ଜଳ ମଧ୍ୟରେ ସ୍ଥାପନ ବା ନିମଜ୍ମନ (ହିନ୍ଦୁମାନେ ମୃତ୍ୟୁ ପୂର୍ବରୁ ମୁମୂର୍ଷୁ ବ୍ୟକ୍ତିର ଶରୀରକୁ ଗଙ୍ଗା ଆଦି ନଦୀ ନିକଟକୁ ନେଇ ଦେହର ନିମ୍ନାଂଶକୁ ଜଳ ମଧ୍ୟରେ ବୁଡ଼ାଇ ରଖନ୍ତି। ଏହାର ନାମ 'ଅନ୍ତର୍ଜଳ') — The dipping into water; a ceremony with the Hindus performed with the dying body of a Hindu when it is taken to a sacred river and the lower limbs dipped into the water and the body laid on the bank till death