ଅନ୍ତର୍ଗତ Antergata
- ସଂ. ବିଣ. ପୁଂ (ଅନ୍ତର=ମଧ୍ୟ+ଗମ ଧାତୁ=ଯିବା+କର୍ମ. ତ) — ମଧ୍ୟଗତ — Include in; situated in the interior
- ସଂ. ବିଣ. ପୁଂ (ଅନ୍ତର=ମଧ୍ୟ+ଗମ ଧାତୁ=ଯିବା+କର୍ମ. ତ) — ସୀମାନ୍ତର୍ବର୍ତ୍ତୀ; ସୀମାର ଭିତରେ — Situated inside the limit of
- ସଂ. ବିଣ. ପୁଂ (ଅନ୍ତର=ମଧ୍ୟ+ଗମ ଧାତୁ=ଯିବା+କର୍ମ. ତ) — ମାନସିକ; ହୃଦ୍ଗତ — Inward; mental
- ସଂ. ବିଣ. ପୁଂ (ଅନ୍ତର=ମଧ୍ୟ+ଗମ ଧାତୁ=ଯିବା+କର୍ମ. ତ) — ବିସ୍ତୃତ — Forgotten
- ଦେ. ବି — ହୃଦୟ; ମନ — Heart; mind
- ଦେ. ବି — ଶରବନଭବ ଦେବ ଜାଣି ଏହା ଜୟନ୍ତ ପ୍ରତି, ବାହନବତ୍ସଳ ଅନ୍ତର୍ଗତେ ହେଲେ ପ୍ରସନ୍ନ ଅତି—ରାଧାନାଥ, ଉଷା।
- ଦେ. ବି — ମାନସିକ ଭାବ — Mental condition