ଅନୁପ୍ରାସ Anuprāsa
- ସଂ. ବି. (ଅନୁ=ସଦୃଶ+ପ୍ରସ ଧାତୁ=ବିସ୍ତାର କରିବା +ଅ) — ତୁଲ୍ୟବର୍ଣ୍ଣବିନ୍ୟାସ; ଶବ୍ଦାଳଙ୍କାରବିଶେଷ; ରଚନା ବା ପଦ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଏକ ବା ଏକାଧିକ ଅକ୍ଷରର ପ୍ରୟୋଗ — (In Rhetoric) Alliteration; putting one letter in different places in a composition
- ସଂ. ବି. (ଅନୁ=ସଦୃଶ+ପ୍ରସ ଧାତୁ=ବିସ୍ତାର କରିବା +ଅ) — ଅନୁପ୍ରାସର ଉଦାହରଣ; ଯଥା
- ସଂ. ବି. (ଅନୁ=ସଦୃଶ+ପ୍ରସ ଧାତୁ=ବିସ୍ତାର କରିବା +ଅ) — ତୁଡ଼ୁକେ କରେ ଭରି ଖଡ଼କିମାନଙ୍କୁ, ପୋଷ କରି ସୋଡ଼କି ଦେଲେ ମଦିରାକୁ। ସଜ କରି ତୁଡ଼ୁକେ ଘୋଡ଼କୁ ଚଢ଼ିଲେ, ରେଡ଼ିକି ମାରି ଧାଡ଼ି ଧାଡ଼ି ବାହାରିଲେ। ଥୋଡ଼ିକି ମୋଡ଼ିକରି ଆଉଁସିଲେ ଟେକି, ସିଂହଦ୍ୱାରେ ହୋଇଲେ ବଜାଇ ଘୁଡ଼ୁକି। କୃଷ୍ଣସିଂହ, ମହାଭାରତ, ଆଦି।
- ସଂ. ବି. (ଅନୁ=ସଦୃଶ+ପ୍ରସ ଧାତୁ=ବିସ୍ତାର କରିବା +ଅ) — [ଦ୍ର—ଅନୁପ୍ରାସ ନାନାବିଧ, ତହିଁ ମଧ୍ୟରୁ ଛେକାନୁପ୍ରାସ, ବୃତ୍ତ୍ୟନୁପ୍ରାସ ଓ ଅନ୍ତ୍ୟାନୁପ୍ରାସ ସାଧାରଣତଃ ଓଡ଼ିଆ ଭାଷାରେ ଦେଖାଯାଏ।]