ଅନିରୁଦ୍ଧ Aniruddha

  • ସଂ. ବିଣ. ପୁଂ (ଅ+ନିରୁଦ୍ଧ) — ଅପ୍ରତିହତ — Unrestrained; unhindered
  • ସଂ. ବିଣ. ପୁଂ (ଅ+ନିରୁଦ୍ଧ) — ଅଶାସ୍ୟ — Ungovernable
  • ସଂ. ବିଣ. ପୁଂ (ଅ+ନିରୁଦ୍ଧ) — ଏକବାଗିଆ — Self—willed (M.W.)
  • ସଂ. ବି. ପୁଂ — ଗୁଇନ୍ଦା; ଗୁପ୍ତଚର — A spy; a secret emissary (M.W.)
  • ସଂ. ବି. ପୁଂ — ପଘା; ପଶୁବନ୍ଧନ ରଜ୍ଜୁ — A rope for fastening cattle (M.W.)
  • ସଂ. ବି. ପୁଂ — (ନାମ) କୃଷ୍ଣଙ୍କର ନାତି; ପ୍ରଦ୍ୟୁମ୍ନ ବା କାମଦେଙ୍କ ପୁତ୍ର ଓ ଉଷାଙ୍କ ସ୍ୱାମୀ — Name of the son of Pradyumana
  • ସଂ. ବି. ପୁଂ — [ଦ୍ର—ବାଣାସୁରର କନ୍ୟା ଉଷା ଅନିରୁଦ୍ଧଠାରେ ପ୍ରେମାସକ୍ତ ହୋଇ ଇନ୍ଦ୍ରଜାଲ ବଳରେ ଅନିରୁଦ୍ଧକୁ ବାଣାସୁରର ରାଜଧାନୀ ଶୋଣିତପୁରସ୍ଥ ଉଆସକୁ ଅଣାଇ ତା ସଙ୍ଗେ ବିହାର କଲା। ବାଣାସୁର ଏହା ଜାଣିପାରି ଅନିରୁଦ୍ଧକୁ ଧରି ନେବା ପାଇଁ ପାଇକ ପଠାଇବାରୁ ଅନିରୁଦ୍ଧ ଏକାକୀ ଲୌହ ଗଦା ଦ୍ୱାରା ସେମାନଙ୍କୁ ବଧ କଲା; କିନ୍ତୁ ଶେଷରେ ଇନ୍ଦ୍ରଜାଲ ପ୍ରଭାବରେ ବାଣାସୁର ତାକୁ ଧରି ବନ୍ଦୀ କଲା। କୃଷ୍ଣ, ବଳରାମ ଓ ଅନିରୁଦ୍ଧ ପିତା କାମ ଏ ସଂବାଦ ପାଇ ବାଣାସୁର ସଙ୍ଗେ ଯୁଦ୍ଧ କରି ତାକୁ ପରାସ୍ତ କଲେ। ବାଣାସୁର ଶିବଭକ୍ତ ଥିବାରୁ ଶିବଙ୍କ ଅନୁରୋଧକ୍ରମେ କୃଷ୍ଣ ବାଣାସୁରକୁ ଜୀବନରେ ମାରି ପକାଇଲେ ନାହିଁ। ଯୁଦ୍ଧରେ ଜୟୀ ହୋଇ କୃଷ୍ଣ ଅନିରୁଦ୍ଧକୁ ଉଷା ସହିତ ଦ୍ୱାରକାକୁ ଆଣିଲେ। ଅନିରୁଦ୍ଧର ଆଉ ଗୋଟିଏ ସ୍ତ୍ରୀ ରୋଚନା ଗର୍ଭରେ ଅନିରୁଦ୍ଧର ଗୋଟିଏ ପୁତ୍ର ହୋଇ ଥିଲା—ସେ ପୁତ୍ରର ନାମ ବଜ୍ର।]
  • ସଂ. ବି. ପୁଂ — ଶିବ; ମହାଦେବ — God Ṡiba
  • ସଂ. ବି. ପୁଂ — ବିଷ୍ଣୁ — Bishṇu (Apte)
  • ସଂ. ବି. ପୁଂ — (ନାମ) ଶାକ୍ୟମୁନିଙ୍କ ସମସାମୟିକ ଅର୍ହତବିଶେଷ — Name of a Buddhist saint, contemporary of the Buddha
  • ସଂ. ବି. ପୁଂ — (ନାମ) ବୃଷ୍ଣିବଂଶଧରବିଶେଷ — Name of a descendant of Bṛushṇi