ଅଧ୍ୟବସାୟ Adhyabasāya
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — ଅବିଶ୍ରାନ୍ତ ଉଦ୍ଯୋଗ ବା ଯତ — Diligence; perseverance; steady application
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — କର୍ମ ସାଧନାର୍ଥ ସଂକଳ୍ପ — Resolution; determination
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — (ଅଳଙ୍କାର) ଅଭୁକ୍ତି ଅଳଙ୍କାରବିଶେଷ; ପ୍ରକୃତ ଓ ଅପ୍ରାକୃତ ବସ୍ତୁଦ୍ୱୟଙ୍କୁ ଏପରି ମିଳାଇ କରି ବର୍ଣ୍ଣନାକରିବା ଯହିଁରେ ପ୍ରକୃତ ଅପ୍ରାକୃତର ପ୍ରଭେଦ ଧରାପଡ଼େ ନାହିଁ — (Rhetoric) A figure of speech. Identification of two things (one real and the other unreal) in such a manner that the one is completely absorbed in the other
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — [ଦ୍ର—ଏହି ସମ୍ମିଳନର ଫଳରେ ଅତିଶୟୋକ୍ତି ଏବଂ ଲକ୍ଷଣା ଅଳଙ୍କାରମାନ ହୁଏ। ପ୍ରକୃତ ବିଷୟକୁ ନ କହି ଉପମାନଦ୍ୱାରା ତାହାର ଅଭେଦ କଳ୍ପନା କରିବାର ନାମ ଅଧ୍ୟବସାୟ। ଏହା ଦୁଇ ପ୍ରକାରର—ସିଦ୍ଧ ଓ ସାଧ୍ୟ; ଯେଉଁ ଅଧ୍ୟବସାୟ ନିଶ୍ଚିତରୂପେ ପ୍ରତୀତ ହୁଏ ତାହା ସିଦ୍ଧ ଏବଂ ଯେଉଁଠାରେ ଏହାର ନିଶ୍ଚିତ ପ୍ରତୀତ ନ ହୁଏ ତାକୁ ସାଧ୍ୟ ବୋଲାଯାଏ। ସିଦ୍ଧ ଅଧ୍ୟବସାୟ ଅତିଶୟୋକ୍ତି ଅଳଙ୍କାରରେ ପରିଣତ ହୁଏ। ସାଧ୍ୟ ଅଧ୍ୟବସାୟ ସ୍ଥଳରେ ଅଭିଶୟୋକ୍ତି ନ ହୋଇ ଲକ୍ଷଣା ବା ଉତ୍ପ୍ରେକ୍ଷାଳଙ୍କାର ହୁଏ। କୁଳମଣି—ଅଳଙ୍କାର ତରଙ୍ଗିଣୀ।]
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — ମାନସିକ ଚେଷ୍ଟା — Mental effort
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପକରିବା+ ଭାବ. ଅ) — ସଂଭାବନ; ଆଶଙ୍କା — Apprehension