ଅଧିଦେବ Adhideba

  • ସଂ. ବି. ପୁଂ. (ଅଧି=ପ୍ରଧାନ+ଦେବ) — ଇଷ୍ଟଦେବ; କୌଣସି ସ୍ଥାନ, ବିଷୟ ବା ଗ୍ରାମର ଅଧିପତି ଦେବ — Titular deity; presiding deity
  • ସଂ. ବି. ପୁଂ. (ଅଧି=ପ୍ରଧାନ+ଦେବ) — [ଦ୍ର—ପୁରାଣମତରେ ପ୍ରତ୍ୟେକ ଇନ୍ଦ୍ରିୟର ଜଣେ ଜଣେ ଅଧିଦେବ ଅଛନ୍ତି। ଯଥା—କର୍ଣ୍ଣର ଅଧିଦେବ ଦିକ୍; ଚର୍ମର ବାତ; ନେତ୍ରର ଅର୍କ; ରସନାର ବରୁଣ; ଘ୍ରାଣର ଅଶ୍ୱିନୀକୁମାରଦ୍ୱୟ; ବାକ୍ର ବହ୍ନି; ହସ୍ତର ଇନ୍ଦ୍ର; ପଦର ଉପେନ୍ଦ୍ର; ପାୟୁର ମିତ୍ର; ଉପସ୍ଥର ପ୍ରଜାପତି ଓ ମନର ଚନ୍ଦ୍ର।]
  • ସଂ. ବି. ପୁଂ. (ଅଧି=ପ୍ରଧାନ+ଦେବ) — କୁଳଦେବତା; କୁଳର ଇଷ୍ଟଦେବତା — The presiding deity of a family
  • ସଂ. ବି. ପୁଂ. (ଅଧି=ପ୍ରଧାନ+ଦେବ) — ଗ୍ରହ ଓ ନକ୍ଷତ୍ରମାନଙ୍କର ଅଧିଷ୍ଠାତା ଦେବ — The deity presiding over planets and stars
  • ସଂ. ବି. ପୁଂ. (ଅଧି=ପ୍ରଧାନ+ଦେବ) — ପରମେଶ୍ୱର; ପରମାତ୍ମା — God; the Supreme Soul
  • ଦେ. ବି — ଶ୍ରେଷ୍ଠ ବ୍ୟକ୍ତି — Chief person
  • ଦେ. ବି — ଆମ୍ଭର ବଶେ ଅଧିଦେବ, ଦେବକୀ ତୁଲେ ବସୁଦେବ। ଜଗନ୍ନାଥ, ଭାଗବତ।